ମତଦାନ ସମୟରେ ନିର୍ବାଚନ ଅଧିକାରୀ ଅସୁସ୍ଥ

ବାସୁଦେବପୁର : ଭଦ୍ରକ ଲୋକସଭା ଆସନ ଅନ୍ତର୍ଗତ ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜଣେ ନିର୍ବାଚନ ଅଧିକାରୀ ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ବୁଥ ନମ୍ବର ୧୬୦ରେ କାର୍ଯ୍ୟରତ ନିର୍ବାଚନ ଅଧିକାରୀ ଅଶୋକ କୁମାର ରାଉତ ଅସୁସ୍ଥ ହୋଇପଡିଛନ୍ତି। ମିଳିଥିବା ସୂଚନା ଅନୁସାରେ ମତଦାନ ସମୟରେ ସେ ହଠାତ ଅଚେତ ହୋଇଯାଇଥିଲେ। ଘଟଣାସ୍ଥଳରେ ଥିବା ଲୋକମାନେ ତାଙ୍କୁ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଛନ୍ତି। ଅନ୍ୟକୌଣସି ବ୍ୟବସ୍ଥା ନଥିବାରୁ ଏହି ବୁଥରେ ମତଦାନ ବନ୍ଦ ରହିଛି। ବର୍ତ୍ତମାନ ମତଦାନ ପାଇଁ ୩୦୦ରୁ ଅଧିକ ଲୋକ ବୁଥ ପରିସରରେ ଅପେକ୍ଷା କରି ରହିଛନ୍ତି। ବୁଥରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।

Comments are closed.