ଅଟୋ ଓଲଟି ୧ ମୃତ, ୧ଗୁରୁତର

ବାସୁଦେବପୁର: ଭଦ୍ରକ ଜିଲା ବସୁଦେବପୁରରେ ଗୁରୁବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଟୋ ଓଲଟି ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ହେଲେ ଘନଶ୍ୟାମ ଦାସ ଓ ଗୁରୁତର ଜଣଙ୍କ କାଳନ୍ଦୀ ମଲ୍ଲିକ। ଉଭୟଙ୍କ ଘର ଖାଣ୍ଟଖୁଆଡ ଗ୍ରାମରେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବାସୁଦେବପୁର କୋଷ୍ଟ କେନାଲ ଚାରିବାଟିଆ ରାସ୍ତାର ନାୟକାଣିଡିହି ମନ୍ଦିର ଫାଟକ ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସେଠାରେ ଥିବା ସ୍ଥାନୀୟଲୋକେ ଅଟୋରେ ଥିବା ଘନଶ୍ୟାମ ଓ କାଳନ୍ଦୀଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତି କରାଇଥିଲେ। ହେଲେ ଡାକ୍ତର ଘନଶ୍ୟାମଙ୍କୁ ମୃତ ଘୋଷଣା କରିଥିଲେ। କାଳନ୍ଦୀଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସାପରେ ଭଦ୍ରକ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.