ଜେଜେମାଆଙ୍କ ଦଶାହରେ ଯାଇ ପୋଖରୀରେ ବୁଡି ନାବାଳକର ମୃତ

ବାସୁଦେବପୁର: ଭଜ୍ରକ ଜିଲା ବାସୁଦେବପୁର ପୌରପାଳିକାସ୍ଥିତ ବାଷଠି ଗ୍ରାମରେ ଶନିବାର ଅଭାବନୀୟ ଘଟଣା ଘିଟିଛି। ଜେଜେମାଆଙ୍କ ଦଶାହକର୍ମରେ ଗୋଧେଇବାକୁ ଯାଇଥିବା ନାବାଳକର ପୋଖରୀରେ ବୁଡି ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣଙ୍କ ସୁମନ ଗୌରବ ଷଣ୍ଢ। ସାଥିରେ ଥିବା ବଡବାପର ପୁଅ ଓ ସ୍ଥାନୀୟଲୋକେ ସୁମନକୁ ଉଦ୍ଧାର କରି ଘରଲକଙ୍କୁ ଖବର ଦେଇଥିଲେ। ପରିବାରଲୋକେ ଘଟଣାସ୍ଥଳରେ ପହଞ୍ଚି ସୁମନକୁ ବାସୁଦେବପୁର ହସ୍ପଟାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସୁମନଙ୍କୁ ମୃତ ଘୋଷଣା କରିଥିଲେ। ସୁମନ ଜଣେ ମେଧାବୀ ଛାତ୍ରଥିଲେ। ତାଙ୍କର ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଲିଯାଇିଛି ।

Comments are closed.