ବାସୁଦେବପୁର, ଟ୍ରାକ୍ଟର ଓଲଟି ବାଳକର ମୃତ୍ୟୁ

ବାସୁଦେବପୁର: ବାସୁଦେବପୁର ଥାନା ବାଲିଛାନ୍ଦ ଘାଟ ଜଗନ୍ନାଥପୁର ରାସ୍ତାର କଣ୍ଟିଆ ନାଳୀ ଠାରେ ମଙ୍ଗଳବାର ଖରାବେଳେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ୧୨ ବାସର ବାଳକର ମୃତ୍ୟୁ ଘଟିଛି। ମୃତକ ଜଣକ ଅରୁଣ ମଳିକଙ୍କ ପୁଅ ପ୍ରହଲ୍ଲାଦ ମଳିକ। ପଡୋଶୀ ଘର ଟ୍ରାକ୍ଟରରେ ଛଅ ଜଣ ପିଲା ବସି ବୁଲୁଥିବା ବେଳେ ଟ୍ରାକ୍ଟରଟି କଣ୍ଟିଆ ନାଳୀ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା। ଚାଳକ ସମେତ ୫ ଟି ପିଲା ଉଦ୍ଧାର ପାଇଥିଲା ବେଳେ ପ୍ରହଲ୍ଲାଦର ମୃତ୍ୟୁ ହୋଇଥିଲା। ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଜବଦକରି ବ୍ୟବଛେଦ ପାଇଁ ପଠାଇଛି। ଟ୍ରାକ୍ଟର କୁ ଜବଦ କରିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖର ଛାୟା ଖେଳି ଯାଇଛି।

Comments are closed.