ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା, ଜଣେ ଜୀବନ୍ତ ଦଗ୍ଧ

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକ ସ୍ଥିତ ଉଚ୍ଚଡିହା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ଟି ପରିବାରର ୧୦ ବଖରା ଜାଳି ଯାଇଛି। ୪୦ ବର୍ଷ ବୟସର  ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବିପନ୍ନ ପରିବାରର ନାମ ସୁରେନ୍ଦ୍ର ବାରିକ, ନରେନ୍ଦ୍ର, ନିଶା କର ଓ ଗୌରାଙ୍ଗ ବାରିକ। ମୃତକ ଜଣଙ୍କ କନକ ବାରିକ। ଅଗ୍ନିକାଣ୍ଡର କାରଣ ଜଣା ପଡିନି। ୧୦ ଲକ୍ଷରୁ ଅଧିକ ଟଙ୍କା ର ସମ୍ପତ୍ତି ନଷ୍ଟ ହୋଇଯାଇଛି।

Comments are closed.