ଜାଣନ୍ତୁ କେଉଁ ରଙ୍ଗ ଓ ଫୁଲ ମା’ ସରସ୍ବତୀଙ୍କ ଖୁବ୍ ପସନ୍ଦ

ପୂଜା ବେଳେ ଭୁଲରେ ବି ପିନ୍ଧନ୍ତୁ ନାହିଁ କଳା ଓ ନୀଳ ରଙ୍ଗର ପୋଷାକ

ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଜ୍ଞାନର ଦେବୀ ମା’ ସରସ୍ବତୀଙ୍କୁ ପୂଜା କରାଯାଏ। ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ, ଭଗବାନ ଶ୍ରୀ କୃଷ୍ଣ ଦେବୀ ସରସ୍ବତୀଙ୍କ ଉପରେ ପ୍ରସନ୍ନ ହୋଇ ବସନ୍ତ ପଞ୍ଚମୀରେ ପୂଜା ପାଇବାକୁ ବରଦାନ ଦେଇଥିଲେ। ଏହି ଦିନରୁ ବସନ୍ତ ଋତୁ ଆରମ୍ଭ ହୋଇଥାଏ। କୋଇଲିର କୁ କୁ ଶବ୍ଦ ଓ ବିଭିନ୍ନ ପ୍ରକାର ଆକର୍ଷଣୀୟ ଫୁଲରେ ଧରିତ୍ରୀ ପୃଷ୍ଠ ସଜେଇ ହୋଇଥାଏ। ଖେତରେ ସୋରିଷ ଫୁଲ ଫୁଟି ମନ ମୋହିଥାଏ। ସୋରିଷ ଫୁଲ ମା’ ସରସ୍ବତୀଙ୍କ ଖୁବ୍ ପସନ୍ଦ। କେବଳ ସୋରିଷ ଫୁଲ ନୁହେଁ, ହଳଦିଆ ରଙ୍ଗର ଫୁଲ ମା’ଙ୍କ ପ୍ରିୟ। ତେଣୁ ବସନ୍ତ ପଞ୍ଚମୀରେ ମା’ଙ୍କୁ ହଳଦିଆ ରଙ୍ଗର ଫୁଲ ଓ ଭୋଗ ଲଗାଇବାକୁ ଭୁଲନ୍ତୁ ନାହିଁ।

ବସନ୍ତ ପଞ୍ଚମୀରେ ମା’ଙ୍କୁ ପୂଜା କରିବାର ଉପାୟ

ଏହି ଦିନ ହଳଦିଆ ବା ଧଳା ରଙ୍ଗର ବସ୍ତ୍ର ଧାରଣ କରି ପୂଜା କରନ୍ତୁ।
ପୂର୍ବ ବା ଉତ୍ତର ଦିଗକୁ ମୁହଁ କରି ପୂଜା କରନ୍ତୁ।
ହଳଦିଆ ରଙ୍ଗର କପଡା ବିଛାଇ ମା’ ସରସ୍ବତୀଙ୍କୁ ସ୍ଥାପିତ କରାନ୍ତୁ।
କେସର, ହଳଦି, ଚାଉଳ, ହଳଦିଆ ରଙ୍ଗର ଫୁଲ ଓ ମିଠା, ମିଶ୍ରି, ଦହି ଏବଂ ଖେଚୁଡି ଭୋଗ ଲଗାନ୍ତୁ।
ମା’ର ସରସ୍ବତୀଙ୍କୁ ଧଳା ବା ହଳଦିଆ ରଙ୍ଗର ଚନ୍ଦନ ଲଗାନ୍ତୁ।
ପୂଜାରେ ଧଳା ବା ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ।
କେସର ମିଶ୍ରିତ କ୍ଷୀର ଅର୍ପଣ କରନ୍ତୁ।
ମା’ ସରସ୍ବତୀଙ୍କ ମନ୍ତ୍ର ଜପ କରନ୍ତୁ।
ଭୁଲରେ ମଧ୍ୟ ଏହି ଦିନ କଳା ଓ ନୀଳ ରଙ୍ଗର କପଡା ପିନ୍ଧି ପୂଜା କରନ୍ତୁ ନାହିଁ।

Comments are closed.