ବସନ୍ତ ପଞ୍ଚମୀ : ପ୍ରୟାଗରାଜରେ ବୁଡ଼ ପକାଇଲେ ୨ କୋଟି ଶ୍ରଦ୍ଧାଳୁ

0

ପ୍ରୟାଗରାଜ : ଧାର୍ମିକ ଭାବନା ସହ ସାରା ଦେଶରେ ରବିବାର ବସନ୍ତ ପଞ୍ଚମୀ ପାଳିତ ହେଉଛି। ଏହି ଅବସରରେ ପ୍ରୟାଗରାଜଠାରେ କୁମ୍ଭମେଳାର ତୃତୀୟ ତଥା ଅନ୍ତିମ ପବିତ୍ର ସ୍ନାନରେ କୋଟି କୋଟି ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି। ଗଙ୍ଗା, ଯମୁନା, ସରସ୍ୱତୀର ମିଳନ ସ୍ଥଳ ସଙ୍ଗମରେ ଏହି ପବିତ୍ରସ୍ନାନରେ ସାଧୁସନ୍ଥଙ୍କ ସହ ବିଭିନ୍ନ ଆଖଡ଼ାର ମୁଖିଆ ତଥା ଗୁରୁମାନେ ବୁଡ଼ ପକାଇଛନ୍ତି। ଆଜିର ପବିତ୍ର ସ୍ନାନରେ ଦୁଇକୋଟିରୁ ଊର୍ଦ୍ଧ୍ବ ଭକ୍ତ ବୁଡ ପକାଇଥିବା ପ୍ରୟାଗରାଜ ମେଳା ଆୟୋଜକ ମାନେ କହିଛନ୍ତି। ଏହି ମେଳା ଦେଖିବା ପାଇଁ ପ୍ରବଳ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ଆସିଥିବା ଜଣାପଡିଛି।
ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପାଳନ ହେଉଥିବା ବସନ୍ତ ପଞ୍ଚମୀକୁ ମଧ୍ୟ ସରସ୍ୱତୀ ପୂଜା ଭାବେ ପାଳନ କରାଯାଇଥାଏ। ପଶ୍ଚିମବଙ୍ଗରେ ସରସ୍ୱତୀ ପୂଜା ଅତ୍ୟନ୍ତ ଧାର୍ମିକ ପରମ୍ପରା ସହିତ ଅନୁଷ୍ଠିତ ହେଉଛି। ଶିକ୍ଷାନୁଷ୍ଠାନ ସମେତ ପ୍ରତ୍ୟେକଙ୍କ ଘରେ ବାଗ୍‍ଦେବୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜାର୍ଚ୍ଚନା କରାଯାଉଛି। କଲକାତାର ବିଭିନ୍ନ ସ୍ଥାନରେ ଏହି ଅବସରରେ ବିଶେଷ ସଙ୍ଗୀତ ସମାରୋହ ଅନୁଷ୍ଠିତ ହେଉଛି।

Leave A Reply