ବର୍ଷାଙ୍କ ଶୟନ ପ୍ରକୋଷ୍ଠରେ ଭିଡିଓ ସୁଟିଂ କରିଥିବା ଯୁବକଙ୍କୁ ଡକାଇଲା ପୁଲିସ

କଟକ: ଅନୁଭବଙ୍କ ବାସଭବନରେ ରହୁଥିବା ବର୍ଷାଙ୍କ ଶୟନ ପ୍ରକୋଷ୍ଠରେ ଗତକାଲି  ଅନୁଭବଙ୍କ ସହଯୋଗୀ ଭିଡିଓ ରେକଡିଂ ମାମଲାରେ ୨ ଯୁବକଙ୍କୁ ଥାନାରେ ହାଜର ହେବାପାଇଁ ନିର୍ଦେଶ ଦେଇଛି ପୁରୀ ଘାଟ ପୁଲିସ। ଗତକାଲି  ବର୍ଷାଙ୍କୁ ଖାଇବାକୁ ଦେବା ସମୟରେ ୨ ଯୁବକ ବର୍ଷାଙ୍କ ଭିଡିଓ କରୁଥିବା ଅଭିଯୋଗ ହୋଇଥିଲା। ଏପରିକି ରୁମ ଭିତରକୁ ଧସେଇ ପଶିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହା ପରେ ବର୍ଷା ଶହେ ନମ୍ବର କଲ କରିବାକୁ ସୁରକ୍ଷା ଲୋଡିଥିଲେ । ଏନେଇ ପୁରୀଘାଟ ଥାନାରେ ତାଙ୍କ ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

 

 

 

 

Comments are closed.