ଅନୁଭବଙ୍କ ‘ଗଣେଶ ପୂଜା’ ଭିଡିଓ, ପଚାରିଲେ ଭିଡ଼ିଓ ଦେଖି କହିପାରିବେ କି ମ୍ୟାଡାମ୍‌ ଘରୋଇ ହିଂସା ସାମ୍ନା କରୁଛନ୍ତି?

ବର୍ଷାଙ୍କ ସୁରକ୍ଷା ପାଇଁ ମୁତୟନ ହେଲେ ପୁଲିସ କର୍ମଚାରୀ

ଭୁବନେଶ୍ବର: ପତ୍ନୀ ବର୍ଷାଙ୍କ ସହ ବିବାଦ ମାମଲାରେ ନୂଆ ଟୁଇଷ୍ଟ ଆଣିଲେ ସାଂସଦ ଅନୁଭବ ମହାନ୍ତି। ଘରେ ଚଳିତ ବର୍ଷ ଗଣେଶ ପୂଜା ପାଳନ ହେବାର ଦୃଶ୍ୟ ନିଜ ଟ୍ବିଟର ପୋଷ୍ଟରେ ଅନୁଭବ ଗଣେଶ ପୂଜା ଭିଡ଼ିଓ ପୋଷ୍ଟ କଲେ। ୧ ମିନିଟ୍‌ ୨ ସେକେଣ୍ଡ୍ ଭିଡ଼ିଓରେ ଘରେ ଗଣେଶ ପୂଜା ହେବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଭିଡ଼ିଓରେ ବର୍ଷା, ଅନୁଭବଙ୍କ ବାପା ଏବଂ ମା’ ବସିଥିବା ଦେଖାଯାଉଛି। ଭିଡ଼ିଓ ପୋଷ୍ଟ କରି ଫଲୋୟରଙ୍କୁ ସାଂସଦ ଅନୁଭବ ପ୍ରଶ୍ନ କରିଛନ୍ତି, ପଚାରିଲେ ଭିଡ଼ିଓ ଦେଖି କହିପାରିବେ କି ମ୍ୟାଡାମ୍‌ ଘରୋଇ ହିଂସା ସାମ୍ନା କରୁଛନ୍ତି? ବର୍ଷାଙ୍କ ଡୋମେଷ୍ଟିକ୍ ଭାଓଲେନ୍ସ ଅଭିଯୋଗ ନେଇ ଭିଡିଓ ପୋଷ୍ଟ କଲେ।


ଅନୁଭବଙ୍କ ବାସଭବନରେ ରହୁଥିବା ବର୍ଷାଙ୍କ ଶୟନ ପ୍ରକୋଷ୍ଠରେ ଗତକାଲି ଅନୁଭବଙ୍କ ସହଯୋଗୀ ଭିଡିଓ ରେକଡିଂ ମାମଲାରେ ୨ ଯୁବକଙ୍କୁ ଥାନାରେ ହାଜର ହେବାପାଇଁ ନିର୍ଦେଶ ଦେଇଛି ପୁରୀଘାଟ ଥାନା ପୁଲିସ। ଗତକାଲି ବର୍ଷାଙ୍କୁ ଖାଇବାକୁ ଦେବା ସମୟରେ ୨ ଯୁବକ ବର୍ଷାଙ୍କ ଭିଡିଓ କରୁଥିବା ଅଭିଯୋଗ ହୋଇଥିଲା। ଏପରିକି ରୁମ ଭିତରକୁ ଧସେଇ ପଶିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହା ପରେ ବର୍ଷା ଶହେ ନମ୍ବର କଲ କରିବାକୁ ସୁରକ୍ଷା ଲୋଡିଥିଲେ । ଏନେଇ ପୁରୀଘାଟ ଥାନାରେ ତାଙ୍କ ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଅଭିନେତ୍ରୀ ବର୍ଷାଙ୍କ ନିବେଦନ ଅନୁଯାୟୀ ତାଙ୍କର ସୁରକ୍ଷା ପାଇଁ ଜଣେ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିବା ସୂଚନା ମିଳିଛି।
ଅପରପକ୍ଷରେ ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି ଯେ ମୁଁ ଛାଡ଼ପତ୍ର ଚାହୁଁନି। ଘରୋଇ ହିଂସାର ଶିକାର ହୋଇଥିଲେ ବି ଆଇନ ସାହାଯ୍ୟରେ ସମାଧାନ ଚାହୁଁଛି। ମୁଁ ଗଣମାଧ୍ୟମ ଆଗରେ ଘରର ଗୁମର କଥା ପଦାରେ ପକାଇବାକୁ ଚାହୁଁନଥିଲି। ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ଏଠାରେ ରହିବାର ଅଧିକାର ରହିଛି।

Comments are closed.