ବିଧାୟିକାଙ୍କ ହସ୍ତକ୍ଷେପ ପରେ ଆସିଲା ସ୍ବଚ୍ଛ ପାଣି

ବରପାଲି: ବରପାଲି ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞାପିତ ଅଚଂଳ ପରିଷଦ ଅର୍ନ୍ତଗତ ବିଭିନ୍ନ ଅଚଂଳକୁ ବିତରଣ ହେଉଥିବା ପାନୀୟ ଜଳର ମାନ ଓ ବ୍ୟବସ୍ଥାକୁ ଦେଖି ବିଜେପୁର ବିଧାୟିକା ରିତା ସାହୁଙ୍କ ଉଦବିଗ୍ନତା ପ୍ରକାଶ ପାଇଥିବା ଜଣାପଡ଼ିଛି। ଗତ କିଛିଦିନ ପୁର୍ବରୁ ସହରକୁ ପ୍ରବାହିତ ହେଉଥିବା ଜଳ ହଳଦିଆ ରଙ୍ଗ ହେବା ସହିତ ଦୁର୍ଗନ୍ଧଯୁକ୍ତ ଗୋଳିଆ ରହିଥିଲା। ପୁର୍ବରୁ ବିଭିନ୍ନ ସମୟରେ ବିଭାଗିୟ କାର୍ଯ୍ୟାଳୟରେ ଦେଖାଦେଉଥିବା ସମସ୍ୟା ସମ୍ପର୍କରେ ଉପଭୋକ୍ତା ମାନେ ଅଭିଯୋଗ ମଧ୍ୟ ଆଣିଥିଲେ। ହେଲେ କର୍ମକର୍ତ୍ତା ମାନେ ବିଭିନ୍ନ ଆଳ ଦେଖାଇବା ସହ ବ୍ଲିଚିଂ ମିଶାଇ ଜଳର ରଙ୍ଗକୁ ବଦଳାଇବାକୁ ପ୍ରଚେଷ୍ଟା ଜାରି ରଖିବା ସହିତ ବିତରଣ କରାଯାଉଥିଲା। ସମସ୍ୟାଟି ବିଧାୟିକା ରିତା ସାହୁଙ୍କ ଗୋଚରକୁ ଆସିଲା ପରେ ବିଭିନ୍ନ ୱାଡ଼ର ଲୋକଙ୍କ ସହ ପାଣି ଉପରେ ଆଲୋଚନା କଲାପରେ ନିଜ ଅସନ୍ତୋଷ ପ୍ରକାଶ କରିଥିଲେ। ପରମୁହୁର୍ତ୍ତରେ ପୁର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ ତ୍ରିପାଠୀ,ସମାଜସେବୀ ବନ୍ତରାମ ସେଠ,ବିଜନ ଦାଶ ଓ ସୋରଭ ସାହୁଙ୍କ ସମେତ ବିଧାୟିକା ସାହୁ ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟଳୟରେ ପହଞ୍ଚି କାର୍ଯ୍ୟକର୍ତ୍ତା ଓ କର୍ମଚାରୀ ମାନଙ୍କୁ ପାଣିକୁ ନେଇ ବିଭିନ୍ନ ପ୍ରଶ୍ନମାନ ପଚାରିଥିଲେ। ପରେ ଯୁଦ୍ଧକାଳିନ ଭିତ୍ତିରେ ଶୁଦ୍ଧ ଓ ଉଚିତ ମାନର ପାଣି ସଠିକ ଭାବରେ ସହରବାସିଙ୍କୁ ବିତରଣ କରିବାକୁ କଡ଼ା ଭାବରେ ତାଗିଦ କରିଥିଲେ। ପରେ ଗତ ଗୁରୁବାର ପୁର୍ବାହ୍ନରୁ ସହରବାସିଙ୍କୁ ସ୍ୱଚ୍ଛ ଓ ଉଚିତ ମାନର ନିର୍ମଳ ଜଳ ବିତରଣ ବ୍ୟବସ୍ଥା ଜାରି ରଖାଯାଇଥିବା ଦେଖାଯାଉଛି।

Comments are closed.