ବରପାଲି ସିଏଚସିରେ ଲେବର୍‍ଟୋରୀ ଉଦଘାଟିତ

ବରପାଲି : ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରୋଗୀ କଲ୍ୟାଣ ସମିତି ପକ୍ଷରୁ ନବ ନିର୍ମିତ ବିଜ୍ଞାନଗାର ଉଦଘାଟିତ ହୋଇଯାଇଛି। ଶନିବାର ଅପରାହ୍ନରେ ମୂଖ୍ୟଅତିଥି ଭାବରେ ବିଜେପୁର ବିଧାୟିକା ରିତା ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ମୂଖ୍ୟ ଡ଼ା.ଅରୁଣ କୁମାର ପାତ୍ର,ଡ଼ା.ଆଦିତ୍ୟ ନାରାୟଣ ପାଢ଼ି ଏଡ଼ିପିଏଚଓ, ସ୍ଥାନୀୟ ଡ଼ାକ୍ତରଖାନା ମୁଖ୍ୟ ଡ଼ା.ରାଜେଶ କୁମାର ବେହେରା, ତପନ ବିହାରୀ ପଟ୍ଟନାୟକ ବିପିଏମ, ଦିପକ ପ୍ରଧାନ ବିଏଏମ ଓ ବନ୍ତରାମ ସେଠ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ବହୁ ଦିନରୁ ସେବାକାର୍ଯ୍ୟରେ ଅତ୍ୟନ୍ତ ଆବଶ୍ୟକତା ରହିଥିôବା ନବ ନିର୍ମିତ ବିଜ୍ଞାନଗାର ମୁଖ୍ୟଅତିଥି ବିଧାୟିକା ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା। ପରେ ବିଧାୟିକା ସାହୁ ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନାରେ ଅଭାବି ଓ ବିଭିନ୍ନ ଅସୁବିଧାକୁ ନେଇ ସମିତି କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରିଥିôଲେ। ସେହିପରି ରୋଗି ସେବା କାର୍ଯ୍ୟ,ଚିକିତ୍ସା,ଔଷଧ ବିତରଣ,ଖାଦ୍ୟ,କୋଠରୀ ପାନିୟ ବ୍ୟବସ୍ଥା ସମେତ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ। ପରେ ୱାଡ଼ ପରିକ୍ରମା ମାଧ୍ୟମରେ ଅତିଥିମାନେ ପୀଡ଼ିତା ମାନଙ୍କ ହାଲଚାଲ ବୁଝିବା ସହିତ ସ୍ୱାସ୍ଥ୍ୟ ଓ ଚିକିତ୍ସା ସମ୍ପର୍କରେ ପିଡ଼ିତା ମାନଙ୍କୁ ପଚାରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କେନ୍ଦ୍ରର କର୍ମଚାରୀ ଓ ସମିତି ସଦସ୍ୟ ମାନେ ସହାୟତା କରିଥିଲେ।

Comments are closed.