ହଲଦିପାଲି କେନାଲ ରାସ୍ତାରେ ଟ୍ରାକ୍ଟର ଦୁର୍ଘଟଣାରେ ୨ମୃତ

ବରପାଲି : ବରପାଲି ବ୍ଲକ ହଲଦିପାଲି କେନାଲ ରାସ୍ତାରେ ଶୁକ୍ରନାର ଟ୍ରାକ୍ଟର ଓଲଟି ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଛି। ଆଜି ଅପରାହ୍ନରେ ହଲଦିପାଲି କେନାଲ ରାସ୍ତାରେ ଦୁର୍ଘଟଣା ଘଟିବା ସହ ସଙ୍କଟାପର୍ଣ୍ଣ ଅବସ୍ଥାରେ ଦୁଇଜଣ ଯୁବକଙ୍କୁ ନିକଟସ୍ଥ ଗ୍ରାମବାସୀ ଉଦ୍ଧାର କରିବା ସହ ବରପାଲି ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ। ଲିଙ୍ଗମାର୍ଣ୍ଣି କେନାଲ ଛକରେ ସ୍ଥିତ ହୋଟେଲ ମାଲିକ ରବି ମଟାରୀ(୪୫) ଓ ଲିଙ୍ଗମାର୍ଣ୍ଣିର ନିଲୁ ପଧାନ(୩୦) ଓଆର ସି୩ଏ ୪୦୮୩ ନମ୍ବର ଟ୍ରାକ୍ଟର ଯୋଗେ ଜାଲେଣି କାଠ ଆଣିବା ପାଇଁ ହଲଦିପାଲି ଗାଁକୁ ଯାଉଥିଲେ।

ହଲଦିପାଲି ରାସ୍ତାରେ ଆସୁଥିବା ବେଳେ କୌଣଷି କାରଣରୁ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଏକ ଚାଷଜମିରେ ଓଲଟି ପଡିଥିଲା। ଦୁର୍ଗଟଣା ଘଟିଲାପରେ ଟ୍ରାକ୍ଟର ତଳ ପାଶ୍ୱର୍ରେ ଦୁଇଜଣ ଯାକ ଚାପି ହୋଇ ଗୁରୁତର ଅବସ୍ଥାରେ ରହି ଯାଇଥିଲେ। ଖବରପାଇ ପରିବାର ଲୋକଙ୍କ ସହ ଗାଁଲୋକ ଘଟଣାସ୍ଥଳରେ ପହଞ୍ଚି ଦୁହି ଜଣଙ୍କୁ ଉଦ୍ଧାର କରିଥିଲେ। ପରେ ଚିକିତ୍ସା ପାଇଁ ବରପାଲି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ଯୁବକ ଦ୍ୱୟଙ୍କ ମୃତ୍ୟୁ ହୋଇଥିଲା। ଖବରପାଇ ବିଜୟପଲ୍ଲି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଜବଦ କରିଥିଲା। ପରେ ପରିବାର ଲୋକଙ୍କ ସହାୟତାରେ ମୃତ ଯୁବକ ଦ୍ୱୟଙ୍କୁ ଶବବ୍ୟବଚ୍ଛ୍ୟଦ ନିମନ୍ତେ ବରଗଡ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ପଠାଇଥିଲା। ଦୁର୍ଘଟଣା ସମ୍ପର୍କରେ ସଠିକ ଭାବରେ ଜଣା ପଡ଼ିନଥିଲେ ସୁଦ୍ଧା ଘଟଣାକୁ ନେଇ ପୁଲିସ ସ୍ଥାନିୟ ଲୋକଙ୍କୁ ପଚରାଉଚୁରା କରୁଥିବା କହିଛି।

Comments are closed.