ବର୍ଲାରେ ଜୟଯବାନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ତୁଷରା : ବର୍ଲା ଖେଳ ପଡ଼ିଆରେ ଚାଲିଥିବା ଜୟଯବାନ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ୟାପିତ ହୋଇଛି। ଫାଇନାଲ ମ୍ୟାଚ ଆଟଗାଁ କ୍ରିକେଟ ଦଳ ସହ ବର୍ଲା କ୍ରିକେଟ ଦଳ ମଧ୍ୟରେ ହୋଇଥିଲା। ଏହି ୧୦ ଓଭର ବିଶିଷ୍ଠ ମ୍ୟାଚରେ ଆଟଗାଁ ଦଳ ବିଜୟୀ ହୋଇଥିଲା। ବିଜୟୀ ଆଟଗାଁ ଦଳକୁ ୧୦ ହଜାର ଓ ଉପବିଜେତା ବର୍ଲା ଦଳକୁ ୬ ହଜାର ଟଙ୍କା ପୁରସ୍କାର ଦିଆଯାଇଥିଲା। ଆଟଗାଁ ଦଳର ଖେଳାଳୀ ବାବୁ ମ୍ୟାନ ଅଫ ଦି ମ୍ୟାଚ, ବର୍ଲା ଦଳର ଗିରି ପୋଢ଼ଙ୍କୁ ମ୍ୟାନ ଅଫ ଦି ସିରିଜ ପୁରସ୍କାର ମିଳିଥିଲା। ତୁଷୁରା ନଗର ବିଜେଡ଼ି ସଭାପତି ଅଜୟ ଜୟସ୍ୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ଦେଇଥିଲେ। ସମାଜେସେବୀ ବୁଦ୍ଧଦେବ ନାଗ, କୈଳାଶ ବେହେରା, ଅର୍ଜୁନ ଭୋଇ, ଲକ୍ଷ୍ମୀନାରାୟଣ ପଧାନ ଓ ସୀତାରାମ ଧରୁଆ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ସାନ ଦୀପ ଧନ୍ୟବାଦ ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ ପରିଚାଳନାରେ କିଶୋର, ଗୌରାଙ୍ଗ, ଦିଲୁ, ବୁଲୁ, ସିନ୍ଧେଶ୍ୱର, ବବଲୁ, ମଂଟୁ, ଟିକେଚନ, ଚନ୍ଦ୍ରମଣୀ, ନୃପରାଜ, ଲକ୍ଷପତି, ରୋହିତ ପ୍ରମୁଖ ସହଯୋଗ କରିଥିଲେ।

Comments are closed.