ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ବାରିପଦା ସହର ସଟଡାଉନ୍

ଆସନ୍ତା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ବାରିପଦା ସହର ସଟଡାଉନ୍ ରହିବ । ବାରିପଦା ବଣିକ ସଂଘ ପକ୍ଷରୁ ନିଆଯାଇଛି ଏହି ନିଷ୍ପତ୍ତି । ବାରିପଦା ପୌରାଞ୍ଚଳ ସମେତ ଜିଲ୍ଲାରେ ଦିନକୁ ଦିନ  କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ୁଥିବାରୁ ବଣିକ ସଂଘ ଏହି ନିଷ୍ପତ୍ତି ନେଇଛି । ପୂର୍ବରୁ ସେପ୍ଟେମ୍ବର ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ବଜାର ବନ୍ଦ ରହିବ ବୋଲି ବଣିକ ସଂଘ ନିଷ୍ପତ୍ତି ନେଇଥିଲା। ପରବର୍ତ୍ତୀ ସମୟରେ ବହୁ ବିଚାର ବିମର୍ଶ ପରେ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ସଟଡାଉନ୍‌ର ଅବଧି ବଢ଼ାଇ ଦିଆଇଛି।
ତେବେ ସଟଡାଉନ୍ ସମୟରେ ସଂଗଠନର କର୍ମକର୍ତ୍ତାମାନେ କୌଣସି ଦୋକାନକୁ ଆସି ବନ୍ଦ ପାଇଁ ବାଧ୍ୟ କରାଇବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି ଅନୁସାରେ ରବିବାର ବାରିପଦା ସହର ସମ୍ପୂର୍ଣ୍ଣ ବନ୍ଦ ରହିଛି। ତେବେ ସପ୍ତାହକ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଥିବା ବେଳେ ପ୍ରଥମ ଦିନରୁ ହିଁ ବିରୋଧର ସ୍ବର ଦେଖା ଦେଇଛି

Comments are closed.