ବାରିପଦାରେ ବିଜେଡିର କର୍ମୀ ସମ୍ମିଳନୀ

0

ବଡସାହି : ମୟୁରଭଞ୍ଜ ବାରିପଦାରେ ଶୁକ୍ରବାର ବିଜେଡି କର୍ମି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଗକୁ ବାରିପଦାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବାରୁ ରାଜନୈତିକ ଉଷ୍ମତ୍ତା ବଢୁଥିବା ଜଣାପଡିଛି। ଏହି ସମ୍ମିଳନୀରେ ବିଜେଡିର ବହୁ ବିଧାୟକ, ବରିଷ୍ଠ ନେତା, ଯୁବ, ମହିଳା ଆଦି ଅନେକ ଲୋକ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ସମ୍ପର୍କରେ କହିବା ସହ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଥିଲେ। ଏହି ସମ୍ମିଳନୀରେ ବାରିପଦା ବିଧାନସଭାର ଶତାଧିକ ବିଜେଡି କର୍ମୀ ଯୋଗ ଦେଇଛନ୍ତି।

Leave A Reply