ଗାଧୋଇବା ବେଳେ ହଠାତ ମାଡି ଆସିଲା ପାଣି

ବାରିପଦା: ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷୀ ବ୍ଲକରେ ସୋମବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗାଧୋଇବାକୁ ଯାଇ ବୁଢାବଲଙ୍ଗ ନଦୀ ମଝିରେ ୪ ଜଣଙ୍କ ଜୀବନ ଫସିଯାଇଛି। ୪ ଜଣଙ୍କ ମଧ୍ୟରୁ ୨ ଜଣ ଯୁବକ ଥିବାବଳେ ୨ଜଣ ଛେଳି ରହିଛନ୍ତି। ଫସିରହିଥିବା ୨ ଯୁବକ ହେଲେ ଉକ୍ତ ବ୍ଲକର ଉପେନ୍ଦ୍ର ସିଂ ଓ ଦେବେନ୍ଦ୍ର ସିଂ ।

ସୂଚନା ଅନୁଯାୟୀ, ଉପେନ୍ଦ୍ର ଓ ଦେବେନ୍ଦ୍ର ଦୁଇ ଜଣ ସମ୍ପର୍କୀୟ ଭାଇ। ସେମାନେ ଗାଧୋବାକୁ ଯାଇ ନଦୀ ଭିତରେ ପ୍ରାୟ ୨୫ ଫୁଟ ଦୂରକୁ ପଳାଇଥିଲେ। ସେତେବେଳେ ନଦୀରେ ବିଶେଷ ପାଣି ନ ଥିବା ବେଳେ ହଠାତ୍ ପାଣି ମାଡ଼ି ଆସିଥିଲା। ଉଛୁଳା ନଦୀକୁ ଦେଖି ଜୀବନ ବିକଳରେ ୨ ଭାଇ ନଦୀ ମଝିରେ ଥିବା ଏକ ପଥର ଉପରକୁ ଉଠି ଯାଇଥିଲେ ତାଙ୍କ ସହ ୨ ଛେଳି ମଧ୍ୟ ଭୟଭୀତ ହୋଇ ପଥର ଉପରକୁ ପଳାଇଥିଲେ। ଦୁଇ ଭାଇ ପ୍ରାୟ କିଛି ଘଣ୍ଟା ଫସି ରହିବା ପରେ ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲୋ । ହେଲେ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ବେଳକୁ ୨ ଭାଇ ନଦୀରେ ପହଁରି କୂଳକୁ ଚାଲି ଆସିଥିବା ଜଣାପଡ଼ିଛି।

 

Comments are closed.