ଡମ୍ଫର ଧକ୍କାରେ ବାଇକ ଆରୋହୀ ମୄତ

କଳାବାଡ଼ିଆ : ବାରିପଦା ସହର ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥରେ ଶନିବାର ସକାଳ ସମୟରେ ଦାରୋଗାଡ଼ାହି ଗୋଲେଇ ନିକଟରେ ଡମ୍ଫର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ୨୧ ନମ୍ବର ୱାର୍ଡର ରୋହିତ କୁମାର ବାରିକ । ରୋହିତ ନିଜର ବାଇକରେ ରାଜପଥ ପାର୍ଶ୍ଵ ଗ୍ରାଣ୍ଡ ଗଳିରୁ ବାରିପଦା ସହରକୁ ଆସୁଥିବା ବେଳେ ଡମ୍ଫର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ରୋହିତଙ୍କ ମୃତ୍ୟୁ ହୋଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡମ୍ଫର ସହ ମୃତଦେହକୁ ଜବତ କରିଛି । ସ୍ଥାନୀୟ ଜନସାଧାରଣ ଏଥିନିମନ୍ତେ ରାଜପଥ ନିର୍ମାଣର କଚ୍ଛପ ଗତିକୁ ଦାୟୀ କରି ଥିବା ନେଇ ସୂଚନା ମିଳିଛି।

Comments are closed.