ଆଇଟିଡ଼ିଏ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ମୟୂରଭଞ୍ଜ : ମୟୁରଭଞ୍ଜ ଜିଲା ବାରିପଦାରେ ଆଇଟିଡ଼ିଏ ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ରଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢାଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ଏହି ଚଢାଉ କରିଛି। ବାରିପଦା ମୁର୍ଗାବାଡ଼ି ଭଡ଼ାଘର ସମେତ ମୋଟ ୫ଟି ସ୍ଥାନରେ ଚଢାଉ କରାଯାଇଛି। ବାରିପଦା କାର୍ଯ୍ୟାଳୟ, ଭୁବନେଶ୍ୱର, ନୟାଗଡ଼ ଓ ଖୋର୍ଦ୍ଧା ଘରେ ମଧ୍ୟ ଚଢାଉ ହୋଇଥିବା ନେଇ ଜଣାପଡ଼ିଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇପାରିନାହିଁ।

Comments are closed.