ହାତୀ ଆକ୍ରମଣରେ ଦୁଇ ମୃତ

ବାରିପଦା : ପୁଣି ହାତୀ ଆକ୍ରମଣରେ ଦୁଇ ଜଣଙ୍କ ଜୀବନ ଚାଲି ଯାଇଛି। ମୟୁରଭଞ୍ଜରେ ଦୁଇଟି ପୃଥକ ପୃଥକ ସ୍ଥାନରେ ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ବେଳେ ଆଉ ଜଣେ ବୃଦ୍ଧ ରହିଛନ୍ତି। ଉଭୟ ଘଟଣାରେ ହାତୀ ଘର ଭାଙ୍ଗିବା ସହ ଆକ୍ରମଣ କରିଛି। ରାସଗୋବିନ୍ଦପୁର ରେଞ୍ଜ ସମାଇଡିହି ଗାଁରେ ୫ ବର୍ଷର ଶିଶୁ କନ୍ୟାକୁ ହାତୀ ଦଳି ଦେଇଥିବାରୁ ତା’ର ମୃତ୍ୟୁ ଘଟିଛି। ସେହିପରି ବେତନଟୀ ରେଞ୍ଜ ସୁନାହଜା ଗାଁରେ ୬୦ ବର୍ଷୀୟ ବୃଦ୍ଧଙ୍କ ଜୀବନ ଚାଲି ଯାଇଛି।

Comments are closed.