ବାରିପଦା ଶିଶୁ ବଦଳ ଘଟଣା; ଜିଲାପାଳ କାର୍ଯ୍ୟାଳୟ ଘେରାଉ, ଉପଜିଲାପାଳଙ୍କୁ ଠେଲାପେଲା

ବାରିପଦା: ୩ ସପ୍ତାହ ତଳେ ବାରିପଦା ମେଡ଼ିକାଲ କଲେଜରେ ଘଟିଥିବା ଏକ ଶିଶୁ ବଦଳ ଘଟଣା ଆଜି ବିସ୍ଫୋରକ ରୂପ ନେଇଛି । ଉତ୍ୟକ୍ତ ଲୋକମାନେ ଘଟଣାର ସମାଧାନ ଦାବି କରି ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଏହା ସହ ଉପଜିଲାପାଳଙ୍କୁ ଠେଲାପେଲା କରିଥିବା ମଧ୍ୟ ସୂଚନା ମିଳିଛି ।

ବାରିପଦା ମେଡ଼ିକାଲ କଲେଜ ହସ୍ପିଟାଲରେ ଗତ ୨୬ ତାରିଖରେ ଜାମବଣି ଗାଁର ଜଣେ ମହିଳା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ।  ତେବେ  ସମାନ ନାମ ଥିବା ଅନ୍ୟ ଜଣେ ପ୍ରସୂତୀଙ୍କ ସହ ଶିଶୁ ଅଦଳ ବଦଳ ହୋଇଯାଇଥିବା ସେ ଗତ ୫ ତାରିଖରେ ଅଭିଯୋଗ କରିଥିଲେ । ଏହି ଘଟଣାର ତଦନ୍ତ ସହ ପିଲାର ଡ଼ିଏନଏ ପରୀକ୍ଷା କରି ପ୍ରକୃତ ବାପା-ମାଙ୍କୁ ସେମାନଙ୍କର ଛୁଆ ପ୍ରଦାନ କରାଯିବ ବୋଲି ଡ଼ାକ୍ତରଖାନା ଅଧିକାରୀ କହିଥିଲେ । ମାତ୍ର ଇତି ମଧ୍ୟରେ ଦୁଇ ସପ୍ତାହ ବିତି ଯାଇଥିଲେ ମଧ୍ୟ ଏଥିରେ କୌଣସି ଅଗ୍ରଗତି ଘଟିନାହିଁ । ଏହାର ପ୍ରତିବାଦ କରି ଶତାଧିକ ମହିଳା ଜିଲାପାଳ ଓ ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ।

Comments are closed.