କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କ ଆତ୍ମହତ୍ୟା ଅଭିଯୋଗ

ବଡସାହି/ବେତନଟୀ : ମୟୁରଭଞ୍ଜ ବେତନଟୀ ବ୍ଲକ ଅଁଳା ପଞ୍ଚାୟତ ଡମ୍ବରୁଡହ ସ୍କୁଲ କ୍ବାରେନଟାଇନ ସେଣ୍ଟରରେ ଅଘଟଣ ଘଟିଛି । ଡମ୍ବରୁଡହ ସ୍କୁଲ କ୍ବାରେନଟାଇନ ସେଣ୍ଟରରେ ଥିବା ଜଣେ ଅନ୍ତେବାସୀ ଆତ୍ମହତ୍ୟା କରିବା ଅଭିଯୋଗ ହୋଇଛି। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

ସୂଚନାଅନୁସାରେ ବେତନଟୀ ବ୍ଲକ୍ ଅନ୍ତର୍ଗତ ଅଁଳା ପଞ୍ଚାୟତର ଡମ୍ବରୁଡହ ସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ବୈଶିଙ୍ଗା ଥାନା ଅଧୀନସ୍ଥ ରାଇକମାର ଜଗନ୍ନାଥ ବେହେରାଙ୍କ ପୁଅ ସୁରେନ୍ଦ୍ର ବେହେରା (୩୫) ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।  ମୃତକ ତାମିଲନାଡୁରୁ ଫେରି ନିଜ ପତ୍ନୀଙ୍କ ସହିତ ସଙ୍ଗରୋଧରେ ଥିଲେ । ଗତକାଲି ରାତିରେ କ୍ବାରେଣ୍ଟାଇନ ସେଣ୍ଟର ନିକଟରେ ଥିବା ଏକ ମହୁଲି ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।  

Comments are closed.