ଖଟିଆରେ ବୁହାହେଲେ ଆସନ୍ନ ପ୍ରସବା

0

ବାରିପଦା : ମୟୁରଭଞ୍ଜ ଜିଲା ଚତୁରାଞ୍ଜଳ ପଞ୍ଚାୟତର ଜେଠମା ନାୟକ ସାହିରେ ପୁଣି ଏକ ଆସନ୍ନ ପ୍ରସବାଙ୍କୁ ଖଟିଆରେ ବୋହି ନିଆଯାଇଥିବା ଜଣାପଡିଛି। ସୂଚନା ମୁତାବକ, ରବିବାର ପୂର୍ବାହ୍ନରେ ଉକ୍ତ ଗ୍ରାମର ଯିକା ଚନ୍ଦନ ନାୟକଙ୍କ ସ୍ତ୍ରୀ ମିତାରାଣୀ(୨୨) ପ୍ରସବ ବେଦନା ଅନୁଭବ କରିଥିଲେ। ସ୍ଥାନୀୟ ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାପାଇଁ ପରିବାର ପକ୍ଷରୁ ଜନନୀ ସୁରକ୍ଷା ୧୦୨ଗାଡିକୁ ସୂଚନା ଦିଆଯାଇଥିଲେ। ମାତ୍ର ଗ୍ରାମକୁ ରାସ୍ତା ନଥିବାରୁ ଗାଡି ଯାଇପାରିନଥିଲା। ଫଳରେ ଆସନ୍ନ ପ୍ରସବାଙ୍କୁ ଗ୍ରାମ ଲୋକେ ଖଟିଆରେ ବୋହି ୨କିଲୋମିଟର ଦୂରରେ ଅଟକି ରହିଥିବା ଆମ୍ବୁଲାନ୍ସ ପାଖକୁ ନେଇଥିଲେ। ଏହି ଘଟଣାକୁ ବୁଦ୍ଧିଜୀବୀ ମହଲରେ ତିବ୍ର ନିନ୍ଦା କରାଯାଇଛି।

Leave A Reply