୨ ପରିବାର ମଧ୍ୟରେ ଗଣ୍ଡଗୋଳ ; ଏସିଡ ଫିଙ୍ଗାରେ ୪ ଗୁରୁତର

ବରଗଡ : ବରଗଡ ୧୧ ନମ୍ବର ୱାର୍ଡରେ ଏକ ଅଭାବନୀୟ ଘଟିଥିବା ନେଇ ଆଜି ଖବର ମିଳିଛି । ୧୧ ନମ୍ବର ୱାର୍ଡରେ ୨ ପରିବାରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ପରସ୍ପର ମଧ୍ୟରେ ଏସିଡ୍‌ ଫିଙ୍ଗାଫିଙ୍ଗି ହୋଇଛନ୍ତି । ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଗୁରୁତରଙ୍କ ମଧ୍ୟରେ ବୁଝାସୁଝା କରିବାକୁ ଆସିଥିବା ୩ ଜଣ ପଡୋଶୀ ରହିଛନ୍ତି । ତେବେ କେଉଁ କାରଣରୁ ଗଣ୍ଡଗୋଳ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.