ବରଗଡ଼ ଜିଲ୍ଲାକୁ ଛୁଇଁଲା କରୋନା, ରାଜ୍ୟର ୨୭ ଜିଲ୍ଲା କରୋନା କବଳିତ

ବରଗଡ଼ ସହରର ସୁବାଷ ନଗର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା

ଭୁବନେଶ୍ଵର :  ବହୁଦିନ ପର୍ଯ୍ୟନ୍ତ ଗ୍ରୀନଜୋନରେ ଥିବା ବରଗଡ଼ ଜିଲ୍ଲାରେ ଆଜି ପ୍ରଥମ କରୋନା ରୋଗୀ ଚିହ୍ନଟ କରାଯାଇଛି । ରୋଗୀଙ୍କ ନମୁନା ପରୀକ୍ଷା ପରେ ପଜିଟିଭ ବାହାରିଥିବା ଜିଲାପ୍ରଶାସନ ସୂଚନା ଦେଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ବରଗଡ଼ ସହରର ୧୪ ନମ୍ବର ୱାଡ଼ ସୁବାଷ ନଗରର ହୋଇଥିବା ବେଳେ ସେ ବାହାର ରାଜ୍ୟରୁ ଫେରି ହୋମ କ୍ବାରେଣ୍ଟଇନରେ ରହିଥିଲେ । ବରଗଡ଼ ଜିଲ୍ଲାରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବରଗଡ଼ ସହରର ୧୪ ନମ୍ବର ୱାଡ ସୁବାଷ ନଗରରକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । 

ଆଜି ବରଗଡ଼ ଜିଲ୍ଲାରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ବରଗଡ଼ ଜିଲ୍ଲା ରାଜ୍ୟର ୨୭ତମ ଜିଲ୍ଲା ଭାବେ କରୋନା ମାନଚିତ୍ରରେ ଯୋଡ଼ି ହୋଇଯାଇଛି । ବରଗଡ଼ ଜିଲ୍ଲା ରାଜ୍ୟର କରୋନା ମାନଚିତ୍ରରେ ଯୋଡ଼ି ହୋଇଯିବା ପରେ ଆଉ ୩ଟି ଜିଲ୍ଲା କରୋନା ମୁକ୍ତ ରହିଛି । ସେଗୁଡ଼ିକ ହେଲା ସୁବର୍ଣ୍ଣପୁର, ରାୟଗଡ଼ା ଓ ନୂଆପଡ଼ା ।

Comments are closed.