ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ତରଫରୁ ବରଗଡ ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରେଙ୍ଗାଲିକ୍ୟାମ୍ପ : ଓଡିଶା କର୍ମଜୀଵୀ ସାମ୍ବାଦିକ ସଂଘ ବରଗଡ ଜିଲ୍ଲା ଶାଖା ତରଫରୁ ଆଜି ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କୁ ତାଙ୍କ କାର୍ୟ୍ୟାଳୟରେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଜିଲ୍ଲା ସଭାପତି ତ୍ରିବିକ୍ରମ ତ୍ରିପାଠୀ, ସମ୍ପାଦକ ପରମାନନ୍ଦ ମିଶ୍ର, ରାଜ୍ୟ ଉପସଭାପତି ଆଶୁତୋଷ ରଥ, ଆକାଶ ମିଶ୍ର, ଜନକ ରାମ ଦାଶ, ହିମାଂଶୁ ନନ୍ଦ ପ୍ରମୁଖ ଜିଲ୍ଲାପାଳଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବର୍ତ୍ତମାନ ପରିସ୍ଥିତିରେ ଗଣମାଧ୍ୟମ ସମାଜର ଚତୁର୍ଥ ସ୍ତମ୍ଭ । କୋଣ ଅନୁକୋଣ ସବୁଠି ବେଳେ ବେଳେ ପ୍ରଶାସନ ପହଞ୍ଚି ପାରେନାହିଁ।ସେହି ଦୁର୍ଗମ ଅଞ୍ଚଳରେ ଥିବା ଲୋକମାନଙ୍କର ସମସ୍ୟାଗୁଡ଼ିକ ଗଣମାଧ୍ୟମ ଦ୍ଵାରା ହିଁ ଆମ ପାଖକୁ ପହଞ୍ଚିଥାଏ ଏବଂ ପ୍ରଶାସନ ତାର ଦାୟିତ୍ଵ ସମ୍ପାଦନ କରିଥାଏ। ତେଣୁ ଗଣମାଧ୍ୟମ ଓ ପ୍ରଶାସନ ଅଧିକାରୀଙ୍କ ମଧ୍ୟରେ ସୁସମ୍ପର୍କ ରହିବା ସହ ପରସ୍ପର ସହ ସହଯୋଗର ହାତ ମିଳାଇ କାମ କରି ସମାଜକୁ ବିକଶିତ କରିବାର ଲକ୍ଷ୍ୟ ନେଇ ଆଗକୁ ବଢ଼ିବାକୁ ହେବ ବୋଲି ଜିଲ୍ଲାପାଳ କହିଥିଲେ।

Comments are closed.