ମଦ କିଣାକୁ ନେଇ ଯୁବକଙ୍କୁ ହତ୍ୟା, ୩ ଗୁରୁତର

ବରଗଡ଼ : ବରଗଡ଼ ଜିଲା ସୋହେଲା ବଜାରରେ ହେଉଥିବା ରାବଣପୋଡ଼ି ବେଳେ ଅଭବାନୀୟ ଘଟଣା ଘଟିଛି । ମଦ କିଣାକୁ ନେଇ ବଚସା ଫଳରେ ଜଣଙ୍କର ମୃତ୍ୟ ଘଟିଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି ।  ମୃତକ ଜଣଙ୍କ ସରେଇପାଲି ଅଞ୍ଚଳର ସଂଜୀବ ପ୍ରଧାନ ବୋଲି ଜଣାପଡ଼ିଛି । ଅନ୍ୟ ୩ ଜଣ ଗୁରୁତର ଯୁବକ ବାଦୀପାଲି ଗ୍ରାମର ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ସୋହେଲା ବଜାରରେ ହେଉଥିବା ରାବଣପୋଡ଼ି  ଦେଖିବାକୁ ୪ ଜଣ ଯୁବକ ଆସିଥିଲେ । ଦେଖିସାରିବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ମଦ ପିଇବାକୁ ଯାଇଥିଲେ । ସେଠାରେ ସେମାନେ ମଦ ବ୍ୟବସାୟୀଙ୍କୁ ମାଗଣାରେ ମଦ ମାଗିଥିଲେ । ମଦ ବ୍ୟବସାୟୀ ଜଣଙ୍କ ମାଗଣରେ ମଦ ଦେବାକୁ ମନାକରିଥିଲେ । ଏହାପରେ ମଦ ବ୍ୟବସାୟୀ ଓ ୪ ଜଣ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହେଇଥିଲା । ପରେ ମାରଣାସ୍ତ୍ରରେ ପରସ୍ପରଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ହୋଇଥିଲେ । ଘଟଣା ସ୍ଥଳରେ ସୋହେଲା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.