ସପ୍ତାହେ ପାଇଁ ସଟ୍‌ଡାଉନ୍‌ ହେଲା ବଡବିଲ୍ ସହର

କେନ୍ଦୁଝର : କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ଜିଲାର ବଡବିଲ ସହରକୁ ସପ୍ତାହେ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏନେଇ ଜିଲାପାଳ ସୂଚନା ଦେଇଛନ୍ତି। ଆଜି ବଡବିଲ୍ ସହରରୁ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଆଜି ବଡବିଲ ସହରରୁ ଚିହ୍ନଟ ହୋଇଥିବା ସମସ୍ତ ୧୧ ଜଣ କରୋନା ଆକ୍ରାନ୍ତ ଲୋକାଲ କେସ୍ ହୋଇତିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଠାରୁ ୭ ଦିନ ଯାଏଁ ବଡବିଲ ସହରକୁ ସଟ୍‌ଡାଉନ୍‌  କରାଯାଇଛି। ଏହି ସଟ୍‌ଡାଉନ୍‌ ସମୟରେ ମାର୍କେଟ କମ୍ପ୍ଲେକ୍ସ ବନ୍ଦ ରହିବ ବୋଲି ଜଣାପଡିଛି। କିନ୍ତୁ ଜିଲା ପ୍ରଶାସନ ପକ୍ଷରୁ ଏହି ସଟ୍‌ଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବା ଚାଲୁରହିବ ବୋଲି ଜଣାପଡିଛି।

Comments are closed.