ବୁଶ୍‍ଙ୍କ ଝିଅ ବାରବରାଙ୍କ ବିବାହ

0

ୱାଶିଂଟନ୍‍ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‍ଙ୍କ ଝିଅ ବାରବରାଙ୍କର ବିବାହ ଅନୁଷ୍ଠିତ ହୋଇଯାଇଛି। ଅଭିନେତା ତଥା କାହାଣୀ ଲେଖକ କ୍ରେଗ ଲୁଇସ କୋୟନଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବାରବାରା। ରବିବାର ରାତିରେ ମୈନ୍‍ ଅନ୍ତର୍ଗତ କେନବୁଙ୍କ ପୋର୍ଟସ୍ଥିତ ବୁଶ୍‍ ପରିବାରର ୱାକର ପଏଣ୍ଟ ବାସଭବନ ପରିସରରେ ନିରାଡମ୍ବର ଭାବେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ପିତା ବୁଶ୍‍ ଓ ମାତା ଲରାଙ୍କ ସମେତ ସାରା ପରିବାର ଉପସ୍ଥିତି ଥିଲେ। ଏ ସମ୍ବନ୍ଧରେ ସୋମବାର ସକାଳେ ବୁଶ୍‍ ପରିବାର ପକ୍ଷରୁ ବିଧିବଦ୍ଧ ଭାବେ ଏକ ବିବୃତ୍ତି ପ୍ରକାଶ ପାଇଥିଲା। ବାରବରାଙ୍କ ବିବାହ ଖବରକୁ ସମ୍ପୂର୍ଣ୍ଣ ଗୁପ୍ତ ରଖାଯାଇଥିଲା ବୋଲି ତାଙ୍କ ଯମଜ ଭଉଣୀ ଜେନ୍‍ ବୁଶ୍‍ ହଙ୍ଗର ପ୍ରକାଶ କରିଛନ୍ତି। ବିବାହ ଉତ୍ସବରେ ବାରବାରାଙ୍କ ଜେଜେ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଏଚ୍‍. ଡବ୍ଲ୍ୟୁ ବୁଶ୍‍ଙ୍କ ସମେତ ମୋଟ ୨୦ ଜଣ ଲୋକ ଯୋଗଦେଇଥିଲେ। ୩୬ ବର୍ଷୀୟା ବାରବରା ଗ୍ଲୋବାଲ ହେଲ୍‍ଥ କର୍ପୋରେସନର ସହପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଥିବାବେଳେ ୩୭ ବର୍ଷ ବୟସ୍କ କୋୟନ ‘ଜାରହାର୍ଡ’ ଏବଂ ‘ସ୍ନୋଟାଉନ’ ଭଳି ଫିଲ୍ମରେ କାମ କରିଛନ୍ତି।

Leave A Reply