ନବରତ୍ନ ପଡ଼ାବାସୀ ପାଣି ପାଇଁ ହଟହଟା

ବରପାଲି: ବରପାଲି ଏନଏସି ଅର୍ନ୍ତଗତ ଚମାରପଡ଼ା ଓ ନବରତ୍ନ ପଡ଼ାବାସୀ ପାନିୟ ଜଳ ମୁନ୍ଦାକ ପାଇଁ ବହୁ ଦିନରୁ ହଟହଟାର ସମ୍ମୁଖିନ ହେଉଥିବା ପଡ଼ାବାସୀଙ୍କ ନିକଟରୁ ଜଣାପଡ଼ିଛି। ବହୁ ଦିନରୁ ସମସ୍ୟାଟି ଲାଗି ରହିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଜନସ୍ୱାସ୍ଥ୍ୟ ବିଭାଗ କୌଣସି ବ୍ୟବସ୍ଥା କରିପାରିନାହିଁ। ସମସ୍ୟାକୁ ନେଇ କିଛିଦିନ ପୂର୍ବରୁ ବିଭାଗିୟ କର୍ମଚାରୀମାନଙ୍କ ଦ୍ୱାରା ନବରତ୍ନ କ୍ଲବ ନିକଟସ୍ଥ ପାଇପ ଲାଇନ ଖୋଲିବା ସହ ମରାମତି କାର୍ଯ୍ୟ କରାଯାଇଥିଲା। କର୍ମଚାରୀମାନେ ଲମ୍ବିଥିବା ପାଇପ କାଟି ନୀରିକ୍ଷଣ କଲାପରେ ପାଇପରେ ପାଣିଧାରର କୌଣଷି ଚିହ୍ନବର୍ଣ୍ଣ ପାଇନଥିଲେ।
ବର୍ତ୍ତମାନ ଅସ୍ଥାୟୀ ପାଣିଟ୍ୟାଙ୍କର ସୁବିଧା କରିଥିଲେ ସୁଦ୍ଧା ତାହା ମଧ୍ୟ ଉଚିତ ସମୟରେ ଲୋକଙ୍କ ପାଖରେ ପହଞ୍ଚୁନାହିଁ। ପାଣିଟ୍ୟାଙ୍କର କେବଳ ଉପରବେଳା ଥରେ ମାତ୍ର ପାଣି ବିତରଣ କରୁଥିବା ବେଳେ ମହିଳା ଓ ଯୁବତୀ ମାନଙ୍କ ପାଇଁ ବିଭିନ୍ନ ସମୟରେ ସମସ୍ୟା ମାନ ସୃଷ୍ଟି ହୋଇଥାଏ। ସକାଳ ବେଳା ଲୋକଙ୍କ ଘରର ସଞ୍ଚିତ ପାଣି ସରିଗଲେ ପରଘର କିମ୍ବା ଅନ୍ୟୱାଡ଼ର ବିତରଣ ପାଣିର ଆଶାରେ ପଡ଼ିରହିବାକୁ ପଡ଼ିଥାଏ। ସମସ୍ୟାକୁ ନେଇ ବହୁବାର ବିଭାଗୀୟ କର୍ମକର୍ତ୍ତାମାନଙ୍କୁ ଅଭିଯୋଗ ଆଣିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସମସ୍ୟାର ଉଚିତ ସମାଧାନ ହୋଇପାରିନାହିଁ। ଏ ଦିଗରେ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗୀୟ କର୍ତ୍ତୁପକ୍ଷ ଓ ଜିଲ୍ଲା ପ୍ରସାସନିକ ଉଚ୍ଚ କର୍ତ୍ତୁପକ୍ଷ ପଡ଼ାବାସି ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି।

Comments are closed.