ହେଲ୍ପିଂହାର୍ଟର କର୍କଟ ପିଡ଼ିତା ବୃଦ୍ଧାଙ୍କୁ ସହାୟତା

ବରପାଲି: ବରପାଲି ସାମାଜିକ ସଂସ୍ଥା ହେଲ୍ପିଂ ହାର୍ଟ ପକ୍ଷରୁ ଜୈନେକା କର୍କଟ ପିଡ଼ିତା ବୃଦ୍ଧାଙ୍କୁ ଚିକିତ୍ସା ସେବା ନିମନ୍ତେ ବୁର୍ଲା ଭିମସାରକୁ ପଠାଇଥିବା ଜଣାପଡ଼ିଛି। ବରପାଲି ବ୍ଲକ ରେମତା ଗାଁର ବାଙ୍କ ଚାଉଳିଆ ଗତ ଛଅମାସ ହେଲା କର୍କଟ ରୋଗରେ ପିଡ଼ିତା ହୋଇ ବୁର୍ଲାରେ ଚିକିତ୍ସିତ ହେବା ସହିତ କିଛିଟା ସୁସ୍ଥ ଅନୁଭବ କଲାପରେ ଡ଼ାକ୍ତରଙ୍କ ପରାମର୍ଶରେ ଘରକୁ ଫେରିଥିଲେ। ହେଲେ ପ୍ରତିମାସ ବୁର୍ଲାରେ ଡ଼ାକ୍ତରଙ୍କୁ ସାକ୍ଷାତ ମାଧ୍ୟମରେ ଉଚିତ ପରାମର୍ଶ ଓ ଔଷଧ ସେବାନ ବିଧି ଜାରି ରଖିବାକୁ ଡ଼ାକ୍ତର କହିଥିଲେ। ହେଲେ ଗତ ମେ ମାସରୁ କରୋନା ସଂକ୍ରମଣ ଯୋଗୁ ଲକଡ଼ାଉନ ଜାରି ହେବା ସହିତ ଗାଡ଼ିମଟର ବନ୍ଦ ହୋଇଯାଇଥିଲା। କଟକଣା କାରଣରୁ ବାଙ୍କଙ୍କ ଚିକିତ୍ସାରେ ଅବହେଳା ସୃଷ୍ଟି ହୋଇ ସଠିକ ସେବା କାର୍ଯ୍ୟରୁ ବଂଚୁତ ରହିଯାଇଥିଲେ।

ପରିବାରର ସେପରି କୌଣଷି ଆର୍ଥିକ ସ୍ତିତି ସୁଦୃଢ଼ ନୁହେଁ। ପିଡ଼ିତା ମହିଳାଙ୍କ ପୁଅ ହାଡ଼ୁ ଚାଉଳିଆ ଜଣେ ଦିନ ମଜୁରିଆ ଭାବରେ ପରଘରେ ମୁଳ ଲାଗିଲେ ତାର ପରିବାରର ପେଟପାଟଣା ଚାଲିଥାଏ। ଗୋଟିଏ ଗାଡ଼ି ଭଡ଼ା ସୂତ୍ରରେ ନେଇ ବୁର୍ଲାକୁ ଯିବା ତାପକ୍ଷରେ ସମ୍ପୁର୍ଣ୍ଣ ଅସମ୍ଭବ ରହିଥିଲା। ସମସ୍ୟା ସମ୍ପର୍କରେ ଖବରପାଇ ହେଲପିଂହାର୍ଟର କର୍ମକର୍ତ୍ତା ସଂଯୋଜକ ସତ୍ୟାନନ୍ଦ ପାଣ୍ଡେ ଓ ମୋହନ ମେହେର ତଥା ସଦସ୍ୟ ମାନେ ରେମତା ବାଙ୍କ ଘରେ ପହଞ୍ଚି ପିଡ଼ିତା ଓ ପରିବାର ଲୋକଙ୍କ ସହ କଥାବାର୍ତ୍ତା ହୋଇଥିଲେ। ପରେ ପରିବାର ଲୋକଙ୍କୁ ସ୍ୱନ୍ତନା ଦେବା ସହ ସଂସ୍ଥା ପିଡ଼ିତାଙ୍କୁ ଚିକିତ୍ସା ନିମନ୍ତେ ଯାତାୟତ ଖର୍ଚ୍ଚ ନିଜେ ବହନ କରିବା ସହିତ ବୁର୍ଲାକୁ ପଠାଇଥିଲେ।

Comments are closed.