ମୁୁଷ୍କାନ ଫାଉେଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା

ବରପାଲି: କରୋନା ସଂକ୍ରମଣକୁ ରୋକିବା ଦିଗରେ ବିଭିନ୍ନ ସଂସ୍ଥା ସଚେତନତା ମୂଳକ କାର୍ଯ୍ୟକ୍ରମ ମାନଆପଣାଉଥିବା ବେଳେ ବରପାଲି ଏଏନ ଶାନ୍ତି ମୁଷ୍କାନ ଫାଉଣ୍ଡେସନ ପକ୍ଷରୁ ସହାୟତାର ହାତ ବଢ଼ାଇ ଚାଲିଛି। ଗତ ସୋମବାର ଫାଉଣ୍ଟେସନ ପକ୍ଷରୁ ବିଜେପୁର ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅଚ୍ୟୁତାନନ୍ଦ ଶାନ୍ତି ମୁଷ୍କାନ କମିଟି ଅଧ୍ୟକ୍ଷ ଜୟପ୍ରକାଶ ଗିରିଙ୍କ ତତ୍ୱାଧାନରେ ଉତ୍ସବଟି କୋଭିଡ଼ ଗାଇଡ଼ଲାଇନ ଅନୁସାରେ ହୋଇଥିଲା।

ମୂଖ୍ୟଅତିଥି ଭାବରେ ବିଇଓ ସୁରେଶ କୁମାର ରାଉତରାୟ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ପୁର୍ବତନ ବିଇଓ ଘନଶ୍ୟାମ ସାହୁ, ଏବିଇଓ ଦିବାକର ବରିହା, ସୁଶାନ୍ତ ପାଣ୍ଡେ, ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସମେତ ସମାଜସେବୀ ସରୋଜ ପତୀଙ୍କୁ ଉତ୍ତରିୟ ପ୍ରଦାନ ସହ ସମ୍ମାନିତ କରାଯାଇଥିଲା।

Comments are closed.