ବରିଷ୍ଠ ନାଟ୍ୟକାର ଅଟଳ ପଣ୍ଡାଙ୍କ ସ୍ମୃତିସଭା

ବରପାଲି: ବରପାଲି ଗଙ୍ଗାଧର କଳା ପରିଷଦ ପରିସରରେ ସ୍ଥାନିୟ ଇଣ୍ଟରନେସନାଲ ଥିଏଟର ଶାଖା ପକ୍ଷରୁ ବରିଷ୍ଠ ନାଟ୍ୟକାର ସିନେ ଅଭିନେତା ଅଟଳ ପଣ୍ଡାଙ୍କ ବିୟୋଗରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ନାଟ୍ୟ ନିର୍ଦେଶକ ନିରଞ୍ଜନ ମେହେରଙ୍କ ସଭାପତିତ୍ୱରେ ସରୋଜ ମେହେରଙ୍କ ସଂଯୋଜନାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ସମ୍ମାନିତ ଅତିଥି ଭାବରେ ବିଶିଷ୍ଠ କଣ୍ଠଶିଳ୍ପୀ ବିରେନ୍ଦ୍ରନାଥ ନାଗ, ମହେନ୍ଦ୍ର ମେହେର, ଅବନୀ ମେହେର, ଚୈତନ୍ୟ ମେହେର, ବୁଲୁ ରଣା, ଧର୍ମରାକ ସିଂ ବରିହା, ଗୁପ୍ତେଶ୍ୱର ମେହେର, ବଜରଙ୍ଗ ମେହେର, ସରୋଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ଅଟଳ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ ମାଧ୍ୟମରେ ଭାବମୟ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ପରେ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯିବା ସହିତ ଶୋକସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ଏହି ଅବସରରେ ଅଟଳବାବୁଙ୍କ ମାନବିକତା, ନାଟ୍ୟ କଳାପ୍ରିତି, ମଞ୍ଚ ନାଟକରେ ଅବଦାନ, ଅଭିନୟ ଶୈଳି, ନାଟକ ରଚନା ସହ ଶୃଖଂଳିତ ଜିବନଯାପନ ସମ୍ପର୍କରେ ଆଲୋଚନା ହୋଇଥିଲା।

Comments are closed.