୧୪୪ତମ ଶୀତଳଷଷ୍ଠୀ ପ୍ରସ୍ତୁତି ଆଲୋଚନା

ବରପାଲି: ବରପାଲି ବିଜ୍ଞାପିତ ଅଚଂଳ ପରିଷଦ ପକ୍ଷରୁ ୧୪୪ତମ ଶିତଳଷଷ୍ଠୀ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ପ୍ରସାସନିକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ପୁର୍ବାହ୍ନ ସମୟରେ ଏନଏସିି ସଭାଗୃହରେ ବରଗଡ଼ ଉପଜିଲ୍ଲାପାଲ ସୁଭେନ୍ଦ୍ର କୁମାର ସାମଲଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ମେହେର ସୂଚନା ସହ ସ୍ୱାଗତ ଜଣାଇଥିଲେ। ସମ୍ମାନିତ ଅତିଥି ଭାବରେ ସ୍ଥାନିୟ ତହସିଲଦାର ଅକ୍ଷୟ କୁମାର ବାଘ, ଥାନାଧିକାରୀ ରୋଜାଲିନ ପଟେଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ତିବିକ୍ରମ କୁମୁରାଙ୍କ ସମେତ ଶିତଳ ଷଷ୍ଠୀ ଯାତ୍ରା କମିଟି ସଭାପତି ଆନନ୍ଦ ବାବୁ, ସଂପାଦକ ଜୟନ୍ତ ତ୍ରିପାଠୀ, ପରାମର୍ଶର୍ଦାତା ଲାଲ ବିକ୍ରମ ସିଂଦେଓ ଓ ପିନାକି ଦାଶ ଏବଂ ସ୍ୱାସ୍ଥ୍ୟ ବିଭାଗିୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

ଚଳିତ ବର୍ଷ କରୋନା ମହାମାରୀର ସଂକ୍ରମଣକୁ ନଜରକୁ ଆଣି ନିରାଡ଼ମ୍ବର ଭାବରେ ପୁର୍ବ ପରମ୍ପରାକୁ ବଜାୟ ରଖିବା ସହ ଦେବାଦେବୀଙ୍କ ନିତିକାନ୍ତି ପାଳନ ସହ ଲୋକାଚାରରେ ଦେବାଦେବୀଙ୍କ ବିବାହତ୍ସବ ଅନୁଷ୍ଠିତ କରାଯିବା ନିମନ୍ତେ ସିଦ୍ଧାନ୍ତ ନିଆଯାଇଥିଲା। ସେହିପରି କୌଣଷି ଯାନିଯାତ୍ରା ଜନ ସମାଗମ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ, ମିନାବଜାର ପ୍ରଭୁତି ଅନୁଷ୍ଠାନ ପ୍ରଚଳନରେ ରୋକ ଲଗାଯିବ। ମନ୍ଦିର ପରିସରରେ କନ୍ୟାପକ୍ଷ ଓ ଯାତ୍ରା କମିଟି ମିଳିତ ଭାବରେ ସପ୍ତ ଦିବସିୟ ସମସ୍ତ ନିତି ନିୟମକୁ ବଜାୟ ରଖିବା ସହ ହୋମଯଜ୍ଞ ଓ ବିବାହ କାର୍ଯ୍ୟକ୍ରମ କରାଯିବା ନିମନ୍ତେ ଧାର୍ଯ୍ୟ କରାଯାଇଥିଲା।

Comments are closed.