ବରପାଲିରେ ରାଜସ୍ୱ ରଥ ପରିକ୍ରମା ଅଭିଯାନ

ବରପାଲି: ବରପାଲି ତହସିଲ କାର୍ଯ୍ୟଳୟ ପରିସରରୁ ବାହାରିଥିବା ରାଜସ୍ୱରଥ ଅଭିଯାନ ଗାଁଗାଁ ପରିକ୍ରମା ମାଧ୍ୟମରେ ଉଚିତ ହିତାଧିକାରିଙ୍କୁ କମି ଓ ମାଲିକାନା ପଟ୍ଟା ବିତରଣ କରିବାରେ ସହାୟକ ସାଜିଛି। ସ୍ଥାନିୟ ତହସିଲଦାର ଅକ୍ଷୟ କୁମାର ବାଗଙ୍କ ତତ୍ୱାଧାନରେ ରାଜସ୍ୱ ବିଭାଗିୟ କର୍ମଚାରୀମାନଙ୍କ ଗହଣରେ ବରପାଲି ସହରର ୧୦ଜଣ ହିତାଧିକାରୀଙ୍କୁ ଜମିପଟ୍ଟା ବାଣ୍ଟିଥିଲେ। ପୁର୍ବରୁ ବ୍ଲକ ଅଚଂଳର ବାରଙ୍ଗପାଲି କାଇଁଶିର ସହ ସରଣ୍ଡାପାଲି, ବାଞ୍ଜିପାଲି ଓ ବନ୍ଧପାଲି ଓ ଆଖାପାଖ ଗାଁ ମାନ ବୁଲି ରାଜସ୍ୱରଥ ସମ୍ପର୍କିତ ସଚେତନ ବାର୍ତ୍ତା ଉପରେ ବୁଝାଇଥିଲେ। ହିତାଧିକାରିମାନଙ୍କ ମଧ୍ୟରେ ବରପାଲି ବିଜୟ ମିଶ୍ର, ବାଞ୍ଜିପାଲି ମେଘ ବାରିକ, ସୁବାଷ ସ୍ୱାଇଁଙ୍କ ସମେତ ସରଣ୍ଡାପାଲି ଗାଁରେ ମୁନିଧର ମାଝି, ଡ଼ୋଲାମଣୀ ସାହୁ ଓ ବନ୍ଧପାଲି ଚକ୍ରଧର ମେହେରଙ୍କୁ ଜମି ମାଲିକାନା ପଟ୍ଟା ଦିଆଯାଇଥିଲା।

ହିତାଧିକାରୀମାନେ ପୁର୍ବରୁ ଅନଲାଇନ ମାଧ୍ୟମରେ ଜମିପଟ୍ଟା ପ୍ରାପ୍ତି ସକାଶେ ତହସିଲଦାରଙ୍କୁ ଆବେଦନ କରିଥିଲେ। ଏହି ଅବସରରେ ତହସିଲଦାର ଅକ୍ଷୟ ବାଗ ଓ ବିଭାଗିୟ ରାଜସ୍ୱ କର୍ମଚାରୀ ମହୁଲପାଲି ପବିତ୍ର ଭୁଏ, ରେକର୍ଡ଼ ରକ୍ଷକ ଗୋବର୍ଦ୍ଧନ ମେହେର, ବରପାଲି ଆରଆଇ ଅନିଲ କୁମାର ପାଇକ, ସୂଜିଆ ବଳରାମ ସେଠ ଏପିଆଇ ଭରତ ପଧାନ ପ୍ରମୁଖ ଜନ ସାଧାରନଙ୍କୁ ଖାତା ଫାଡ଼ ଏବଂ ଅନଲାଇନ ମାଧ୍ୟମରେ ଜମି ମାଲିକାନା ପ୍ରାପ୍ତି କିସମ ପରିବର୍ତ୍ତନ ସମ୍ପର୍କରେ ଘରେ ବସି କିପରି ସୁବିଧାରେ ସଠିକ ଭାବେ ମିଳିପାରିନ ସମ୍ବନ୍ଧିତ ତଥ୍ୟ ଲୋକଙ୍କୁ ବୁଝାଇଥିଲେ।

Comments are closed.