ନିଆଁରେ ପୋଡ଼ି ଅର୍ଦ୍ଧଦଗ୍ଧ ଛାତ୍ରୀଙ୍କ ମୃତ୍ୟୁ

ବରପାଲି: ବରପାଲି ଡ଼ାକ୍ତରଖାନାରେ ବଲାଙ୍ଗିର ଜିଲ୍ଲା ପୁଁଇତଲା ଭାଲେର ଅଚଂଳର ଜୈନେକା ୧୭ବର୍ଷିୟା କଲେଜ ଛାତ୍ରୀଙ୍କ ନିଆଁରେ ପୋଡ଼ି ମୃତ୍ୟୁ ହୋଇଯାଇଛି। ଗୁରୁବାର ଅପରାହ୍ନରେ ବଲାଙ୍ଗିର ଡ଼ାକ୍ତରଖାନାରୁ ବୁର୍ଲା ଡ଼ାକ୍ତରଖାନାକୁ ଅର୍ଦ୍ଧଦଗ୍ଧ ସଙ୍କଟଜନିତ ଅବସ୍ଥାରେ ପରିବାର ଲୋକେ ନେଉଥିବା ବେଳେ ବରପାଲି ଡ଼ାକ୍ତରଖାନାକୁ ସ୍ୱାସ୍ଥ୍ୟପରିକ୍ଷା ପାଇଁ ଆଣିଥିଲେ। ଡ଼ାକ୍ତର ଯୁବତିର ସ୍ୱାସ୍ଥ୍ୟ ପରିକ୍ଷା କଲାପରେ ପରିବାର ଲୋକଙ୍କୁ ମୃତ ଘୋଷଣା କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଡ଼ାକ୍ତରଖାନାରେ ପହଞ୍ଚି ପରିବାର ଲୋକଙ୍କୁ ଘଟଣା ସର୍ମ୍ପର୍କରେ ପଚାରିବା ସହ ଏକ ଅପମୃତ୍ୟୁ ମାମଲା ରଜୁ କରିଥିଲା।

ସୂଚନାନୁଯାୟୀ ଯୁବତି ଜଣକ ନିଜ ମାମୁଁଘରେ ରହି ସ୍ଥାନିୟ କଲେଜରେ ଯୁକ୍ତ ଦ୍ୱିତିୟ ବର୍ଷରେ ପାଠ ପଢ଼ୁଥିଲେ। ଘଟଣା ସମ୍ପର୍କରେ ସଠିକ ଭାବରେ ଜଣାପଡ଼ିନଥିଲେ ମଧ୍ୟ ଝିଅଟି ଜାଣିଶୁଣି ଆତ୍ମଦାହ କରିଥିବା ପରିବାର ଲୋକେ କହିଥିôଲେ। ଆଜି ପୁର୍ବାହ୍ନରେ ଘରେ କେହିନଥିବା ସୁଯୋଗ ନେଇ ଯୁବତୀ ଜଣକ କୌଣସି କଥାକୁ ନେଇ ନିଜ ଦେହରେ କିରୋସିନ ତେଲ ଢ଼ାଳି ନିଜେ ନିଆଁ ଲଗାଇଥିବା ଜଣାପଡ଼ିିଥିଲା।

Comments are closed.