ପରିକ୍ରମା ମାଧ୍ୟମରେ କରୋନା ସଚେତନତା

ବରପାଲି: ବରପାଲି ବିଜେଡ଼ି ଦଳ ପକ୍ଷରୁ ବିଭିନ୍ନ ଗ୍ରାମକୁ ପରିକ୍ରମା ମାଧ୍ୟମରେ କରୋନା ସଂକ୍ରମଣ ଓ ନିରାକରଣ ସଚେତନ ବାର୍ତ୍ତା ପ୍ରଚାର ସହ ଗାଇଡ଼ଲାଇନ ଅନୁଶରଣ ଉପରେ ଅଗ୍ରଗତି ନେଉଥିବା ଦେଖାଯାଇଛି। ଜିଲ୍ଲା ଯୁବ ବିଜେଡ଼ି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀଙ୍କ ସମେତ ବିଜେପୁର ବିଧାୟିକା ପ୍ରତିନିଧି ସୌରଭ ସାହୁ ଓ ବିଜେଡ଼ି ଯୁବାକର୍ମି ମାନେ କୁମ୍ବାରୀ, ରେମତା, ମହଦା, ବନ୍ଧପାଲି,ସତଲମା, ସିକିର୍ଡ଼ି ପ୍ରଭୁତି ଗାଁମାନ ବୁଲିବା ସହ ବୟସ୍କ ଓ ଯୁୁବକମାନଙ୍କୁ ସରକାରୀ ଗାଇଡ଼ଲାଇନକୁ ସମ୍ମାନ ଜଣାଇ ପାଳନିୟ ନିତିନୟମକୁ କାୟମ ରଖିବାକୁ ପ୍ରବର୍ତ୍ତାଇଥିଲେ।

ସେହିପରି ଗାଁର ଜନଗହଳି ସ୍ଥାନ ଏବଂ ବ୍ୟାଙ୍କ ସେବା ସମବାୟ ତଥା ପଞ୍ଚାୟତ କାର୍ଯ୍ୟାଳୟ ସହ ମୂଖ୍ୟରାସ୍ତା ସହିତ କଡ଼ରେ ଥିବା ଦୋକାନ ବଜାର ସ୍ଥଳ ମାନଙ୍କୁ ବିଶୋଧନ କରାଯାଇଥିଲା। ସେହିପରି ମାକ୍ସ ବିତରଣ ସହ ସାମାଜିକ ଦୁରତ୍ୱ ପ୍ରତି ଗୁରୁତ୍ୱ ଦେବାକୁ ବୁଝାଇଥିଲେ। କାର୍ଯ୍ୟକ୍ରମରେ ପ୍ରତିଗାଁର ଯୁବକ ମାନେ ଉତ୍ସାହିତ ହୋଇ ସହାୟତା କରିଥିଲେ।

Comments are closed.