ନଈ କୂଳରେ ଗାଁ; ନଳ କୂଅରୁ ବାହାରୁଛି ଲୁହାଗୁଣ୍ଡ ପାଣି

ଲାଗି ରହିଛି ପାନୀୟ ଜଳ ସମସ୍ୟା

ବରପାଲି: ବରପାଲି ବ୍ଲକ ଆଗଲପୁର ପଞ୍ଚାୟତ ସମସ୍ତ ଗାଁରେ ପାନୀୟ ଜଳ ସମସ୍ୟା ବହୁଦିନରୁ ଘର କରିଥିବା ବେଳେ ସାଧାରଣ ଲୋକେ ବହୁ ହଇରାଣ ହେଉଥିବା ଦେଖାଯାଉଛି। ସରକାରଙ୍କ ବିକାଶ ମୁଳକ ଯୋଜନା ଅଞ୍ଚଳବାସୀଙ୍କ ପାଇଁ ସମ୍ପୂର୍ଣ୍ଣ ଅସଫଳ ହୋଇଥିବା ଅଭିଯୋଗ ହେଉଛି। ଗାଁ ପରିମଳ ଗାଧୁଆ ତୁଠ ପରି ମୁଖ୍ୟରାସ୍ତାଠୁ ଆରମ୍ଭ କରି ପାନୀୟ ବ୍ୟବସ୍ଥା ସହିତ ସ୍ୱାସ୍ଥ୍ୟ ସେବାକେନ୍ଦ୍ର,ପରିମଳ,ପରିବେଶ,ନାଳନର୍ଦମା କେବଳ ନାମକୁମାତ୍ର ଭଳି କ଼ାମଚଳା ଢ଼ଙ୍ଗରେ କାର୍ଯ୍ୟକାରୀ ହେଉଥିବା ଦେଖାଯାଉଛି। ପଞ୍ଚାୟତ ଅର୍ନ୍ତଗତ ତିନୋଟି ଗ୍ରାମ ଆଗଲପୁର, କେବାଡ଼ ଓ ତେନ୍ତୁୁଳିପାଲି ସର୍ବମୋଟ ୧୨ଟି ୱାଡ ମଧ୍ୟରେ ସିମିତ ରହିଥିଲେ ସୁଦ୍ଧା ଲୋକସଂଖ୍ୟା ପାଞ୍ଚ ହଜାରରୁ ଅଧିକ ସ୍ଥାୟୀ ବାସିନ୍ଦା଼ ରହିଛନ୍ତି ଏବଂ ୫୨ଟି ନଳକୂପ ସମଗ୍ର ପଞ୍ଚାୟତର ସ୍ଥାପିତ ହୋଇଛି। ହେଲେ ତାମଧ୍ୟରୁ ବହୁ ନଳକୂପ ଅକାମି ହୋଇ ରହିଥିବା ବେଳେ ଚଳନ୍ତି ନଳ କଳ ମାନଙ୍କରେ ଲୁହାଗୁଣ୍ଡ ଓ ଅବ୍ୟହୃତ ପାଣି ନିର୍ଗତ ହେଉଛି। ଅଞ୍ଚଳର ସାଧାରଣ ଲୋକେ କେବଳ କୃଷିଜାତ କାର୍ଯ୍ୟରେ ଉତ୍ପାଦିତ ଦ୍ରବ୍ୟ ଭରସାରେ ନିଜ ପରିବାରର ପେଟପାଟଣା ଚଳେଇ ନେଇଥାନ୍ତି। ମୁଖ୍ୟ ସମସ୍ୟା କହିଲେ ପାନିୟ ଜଳ ତିନି ଗ୍ରାମପାଇଁ କାଳ ହୋଇଥିବା ବେଳେ ଆଗଲପୁର ଗାଁରେ ବ୍ୟବହୃତ ପାନିୟ ବ୍ୟବସ୍ଥା ଗାଁର ଶେଷ ମୁଣ୍ଢରେ ଗତ ୨୦୧୭ରେ ନିର୍ମାଣ ହୋଇଥିବା ୫୦ହଜାର ବିଶିଷ୍ଟ ଓଭରହେଡ଼ ପାଣିଟାଙ୍କି କେବଳ ଦୁଇଘଣ୍ଟା ପର୍ଯ୍ୟନ୍ତ ବ୍ୟବହୃତ ହୋଇଥାଏ। ଟାଙ୍କିରୁ ବାହାରୁଥିବା ପାଣି ଅଳ୍ପ କିଛିବାଟ ଆସିଲା ପରେ ଆପଣାଛାଏଁ ବନ୍ଦ ହୋଇଯାଇଥାଏ। ପାଣି ବିତରଣକୁ ନେଇ ଅନେକ ସମୟରେ ଗ୍ରାମବାସି ବହୁବାର ବ୍ଲକ ସହ ଜିଲ୍ଲା ପ୍ରସାସନକୁ ମଧ୍ୟ ଅବଗତ କରିଛନ୍ତି ହେଲେ କେବଳ ପ୍ରତିଶୃତି ମଧ୍ୟରେ ସବୁ ରହିଯାଇଛି। ସମସ୍ତ ଅଚଂଳକୁ ସୂଚାରୁ ରୂପେ ପାଣି ପହଞ୍ଚି ପାରୁନଥିବା ବେଳେ ସୋଲାର ଦ୍ୱାର ସ୍ଥାପିତ ୪ଏଚପି ମୋଟର ପରିଚାଳିତ ହୋଇ ଦିନ ଦ୍ୱିପ୍ରହରରେ ବିଭାଗ ପାଣି ବିତରଣ କରିଥାଏ।

 

ସେହିପରି ପାଣି ସମସ୍ୟାରେ ଗାଁର ମହିଳା ଓ ଯୁବତୀ ମାନେ ନଳକୂପ ଓ ବନ୍ଧ ପୋଖରି ଆଶ୍ରାରେ ପରିବାର ଲୋକଙ୍କ ଶୋଷ ମେଣ୍ଟାଉଛନ୍ତି। ଗାଁରେ ସର୍ବମୋଟ ୯ଟି ନଳକୂପ ରହିଥିବା ବେଳେ କେବଳ ଗୋଟିଏ ନଳରୁ ସ୍ୱଚ୍ଛ ପାଣି ବାହାରୁଛି। ସେହିପରି କେବାଡ଼ ଗାଁରେ ଛଅଟି ୱାଡ଼ରେ ବିଭକ୍ତ ହୋଇ ୨ହଜାର ଲୋକ ବସବାସ କରୁଛନ୍ତି। ୨୦୧୭ରେ ଗାଁର ପ୍ରଥମମୁଣ୍ଡରେ ୭୦ହଜାର ବିଶିଷ୍ଟ ଓଭରହେଡ଼ ଟାଙ୍କିଟିଏ ସ୍ଥାପିତ ହୋଇଥିଲା। ପରବର୍ତ୍ତି ସମୟରେ ବିଭିନ୍ନ କାରଣରୁ ବହୁଦିନ ଟାଙ୍କିକୁ ପାଣି ଉଠି ପାରିନଥିଲା। ପରେ ବିଭାଗ ପକ୍ଷରୁ ଗାଁକୁ ପାଣି ବିତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଯାହାକି ନାମକୁମାତ୍ର କେବଳ ଏକଘଣ୍ଟା ମୋଟର ·ଲିଲେ ଟାଙ୍କିରୁ ପାଣି ଧାର ଆପଣାଛାଏଁ ବନ୍ଦ ହୋଇଯାଇଥାଏ। ବର୍ତ୍ତମାନ ଗାଁର ମହିଳା ମାନେ କେବଳ ସ୍ଥାନିୟ ଶିବମନ୍ଦିର ନିକଟରେ ରହିଥିବା ଏକ ନଳକୂପରୁ ଲାଇନ ଧାରାରେ ପାଣିର ଅଭାବିକୁ ମେଣ୍ଟାଇଥାନ୍ତି। ଅନ୍ୟଗ୍ରାମ ତେନ୍ତୁଳିପାଲି ସମସ୍ୟା ଅତ୍ୟନ୍ତ ଜଟିଳତା ଭରା ଅଟେ। ଗାଁଟି ତିନୋଟି ୱାଡ଼ ହୋଇଥିବା ସମୟରେ ୧୨ଟି ସରକାରୀ ନଳକୂପ ଖନନ ହୋଇ କାଯ୍ୟକାରୀ ହେଉଛି। ନଳକୂପରୁ ବାହାରୁଥିବା ପାଣି ସମ୍ପୁର୍ଣ୍ଣ ଅନୁପଯୁକ୍ତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ପାଣି ଟାଙ୍କି ଟିଏ ସ୍ଥାପନ ହୋଇପାରିଲା ନାହିଁଁ। ଗାଁଟି ଏକ ନଦୀକୂଳରେ ଅବସ୍ଥିତ ହୋଇଥିବା ବେଳେ ସଦାସର୍ବଦା ପାଣିର ଘୋର ଅବାବ ଲାଗିରହିଛି। ଗତ ଉପନିର୍ବାଚନ ସମୟରେ ଗ୍ରାମବାସି ସାମୁହିକ ସମସ୍ୟା ସମ୍ପର୍କରେ ନିର୍ବାଚନ ମୈଦାନରେ ଓହ୍ଲାଇଥିବା ମନ୍ତ୍ରି ଓ ନେତା ମାନଙ୍କୁ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିବା ସହିତ ନିର୍ଭର ପ୍ରତିଶୃତି ମଧ୍ୟ ମିଳିଥିଲା। ହେଲେ ସମୟ ତାବାଟରେ ଗଡ଼ିଗଲା ପରି ଛାମୁ ଯାହାଦେଲେ ହରସେ ପାଉ ପାଉ ଗଲା ବରସେ ନୀତିରେ କେବଳ ଆଶ୍ୱସନା ମଧ୍ୟରେ ପ୍ରତିଶୃତି ଗୁଡ଼ିକ ରହିଯାଇଥିଲା। ପଞ୍ଚାୟତ ବାସି ପାଣିପାଇଁ ଡ଼ହଳବିକଳ ହେବା ସହିତ ଜିଲ୍ଲା ପ୍ରସାସନର ଦୃଷ୍ଟି ଅକର୍ଷଣ ନିମନ୍ତେ ଗୁହାରି ଜଣାଇଛନ୍ତି।

Comments are closed.