ରାସ୍ତା କଡ଼ରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ବରପାଲି : ବରପାଲି ବ୍ଲକ ଲେଣ୍ଡା ୨୬ନମ୍ବର ଜାତୀୟ ରାଜପଥ ଉପରେ ଅସହାୟ ଅବସ୍ଥାରେ ପଡ଼ିରହିଥିବା ଜଣେ ବୟଷ୍କା ମହିଳାଙ୍କ ମୃତଦେହ ବରପାଲି ପୁଲିସ ଉଦ୍ଧାର କରିଛି। ମୃତକଙ୍କ ସମ୍ପର୍କରେ ପୁଲିସକୁ ସଠିକ ତଥ୍ୟ କିମ୍ବା ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିନାହିଁ। ତେବେ ନିଜ ତତ୍ୱାଧାନରେ ମୃତଦେହ ଉଦ୍ଧାର କରିବା ସହ ପୁଲିସ ବରଗଡ଼କୁ ଶବବ୍ୟବଚ୍ଛ୍ୟଦ ନିମନ୍ତେ ପଠାଇଦେଇଛି।

ସ୍ଥାନୀୟ ଲୋକଙ୍କ କହିବାନୁଶାରେ, ରବିବାର ରାତ୍ର ସମୟରେ କୌଣଷି ଅଜଣା ଗାଡ଼ି ବୃଦ୍ଧାଙ୍କୁ ମୁହାଁମୁହିଁ ଧକ୍କାଦେଇ ଫେରାର ହୋଇଯାଇଥିବା ଶୁଣିବାକୁ ମିଳିଥିଲା। ପୁଲିସ ଏକ ମାମଲା ରୁଜୁ କରିବା ସହିତ ଘଟଣାର ଅନୁସନ୍ଧାନ ଜାରି ରଖିଛି।

Comments are closed.