ଆତଙ୍କବାଦୀଙ୍କ ଗ୍ରେନେଡ ମାଡ଼ : ୬ ସାଧାରଣ ନାଗରିକ ଗୁରୁତର

ଜାମ୍ମୁକାଶ୍ମୀର : ଉତ୍ତର କାଶ୍ମୀରର ବାରାମୂଳା ଜିଲ୍ଲାରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ଼ରେ ୬ଜଣ ନାଗରିକ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀମାନେ ଏକ ସେନା କନଭେନ ଉପରେ ଗ୍ରେନେଡ ମାଡ଼ କରିଥିଲେ। ଗ୍ରେନେଡ୍ ରାସ୍ତା କଡ଼ରେ ପଡ଼ି ବିସ୍ଫୋରଣ ହୋଇଥିଲା। ଏଥିରେ ୬ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଏହା ସହିତ ସୁରକ୍ଷା ବାହିନୀ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଅଞ୍ଚଳକୁ ଘେରିବା ସହ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି।

Comments are closed.