ବରାଳଦେବୀ ପୀଠରେ ପାନିୟ ଜଳ ପ୍ରକଳ୍ପ ଉଦଘାଟିତ

ଫୁଲବାଣୀ : କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ବଲସକୁମ୍ଫା ସ୍ଥିତ ମା ବରାଳଦେବୀ ପୀଠ ପ୍ରାଙ୍ଗଣରେ ଆଜି ବ୍ଳକ ପ୍ରଶାସନ ପକ୍ଷରୁ ଏକ ସ୍ୱଚ୍ଛ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି। ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ  ଅତିଥିଭାବେ ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କୁମାର କହଁର ଯୋଗଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥିଭାବେ ଖଜୁରିପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ  ରବିନ୍ଦ୍ରନାଥ କହଁର , ବଲସକୁମ୍ଫା ସରପଂଚ ଅଜୟ କୁମାର ମଲିକ ,ସମିତି ସଭ୍ର ସରୋଜ କୁମାର ସାହାଣୀ ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପର ଉଦଘାଟନ କରିଥିଲେ। ଏହି ଅବସରରେ ଅଞ୍ଚଳର ଅନ୍ତର୍ଯାମୀ ଦଳବେହେରା ,ଉଦ୍ଧବ ବିଶୋୟୀ , ବନମାଳୀ ସେଠୀ ,ପ୍ରଫୁଲ ବେହେରା ,ରଘୁନାଥ ସାହାଣୀ ,ଝୁନୁ ନାୟକ ,ବାବୁଲା ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Comments are closed.