ଧାରଣାରେ ବସିଲେ ସଫେଇ କର୍ମଚାରୀ

ବରଗଡ଼: କରୋନା ମହାମାରୀ ସମୟରେ ସଫେଇ କର୍ମଚାରୀମାନଙ୍କୁ କରୋନା ଯୋଦ୍ଧା କୁହାଯାଉଛି । ମାତ୍ର ବରଗଡ଼ ପୌର ପରିଷଦରେ କାମ କରୁଥିବା ସଫେଇ କର୍ମଚାରୀମାନେ ଠିକ ଭାବରେ ଦରମା ପାଉ ନ ଥିବା ଅଭିଯୋ କରି ଗୁରୁବାର ଧାରଣାରେ ବସିଛନ୍ତି । ସରକାର ମାସର ଆଗୁଆ ଦରମା ଦେବାକୁ କହିଥିବା ବେଳେ ବରଗଡ଼ରେ ତାହା ପ୍ରଦାନ କରାଯାଇ ନାହିଁ । ଏଣୁ ଗରିବ ସଫେଇ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋ କରିଛନ୍ତି। ଏହା ପ୍ରତିବାଦରେ ଶତାଧିକ କର୍ମଚାରୀ ପୌର ପରିଷଦ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି

Comments are closed.