ମଧ୍ୟାହ୍ନ ଭୋଜନ ଖାଇ ୨୪ ଛାତ୍ରଛାତ୍ରୀ ଅସୁସ୍ଥ, ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ବଡ଼ଗଡ଼: ଆଜି ମଧ୍ୟାହ୍ନ ଭୋଜନ ଖାଇ ଆଶ୍ରମ ସ୍କୁଲର ୨୪ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସଦର ବ୍ଲକ ଅନ୍ତର୍ଗତ ଖଲିଆପାଲି ଆଶ୍ରମ ସ୍କୁଲର ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ବରଗଡ଼ ସଦର ବ୍ଲକ୍‌ ଖଳିଆପଲି ଆଶ୍ରମ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ୨୪ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ।

 

ଆଜି ବରଗଡ଼ ସଦର ବ୍ଲକ୍‌ ଖଳିଆପଲି ଆଶ୍ରମ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ କେତେକ ଛାତ୍ରଛାତ୍ରୀଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ସେମାନଙ୍କୁ ତୁରନ୍ତ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠା ଯାଇଥିଲା। ଛାତ୍ରଛାତ୍ରୀଙ୍କ ଚିକିତ୍ସା ଚାଲିଥିବା ବେଳେ ଖଳିଆପଲି ଆଶ୍ରମ ବିଦ୍ୟାଳୟରେ ଉତ୍ତେଜନା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

Comments are closed.