ଧୋଇଗଲା ଅସ୍ଥାୟୀ ପୋଲ

ବରଗଡ଼ : ବରଗଡ଼ ସହର ଓ ଅମ୍ବାପାଲିକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ଧୋଇ ହୋଇଯାଇଛି। ଉପର ମୁଣ୍ଡରେ ଅଧିକ ପରିମାଣରେ ବର୍ଷା ହେବାରୁ ନଦୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଛି। ଯାହା ଫଳରେ ଏହି ପୋଲ ପାଣିରେ ଭାସି ଯାଇଛି। ଏଠାରେ ନୂତନ ଭାବରେ ଏକ ସ୍ଥାୟୀପୋଲ ନିର୍ମାଣ କରାଯାଉଛି। ଏହି ପୋଲଟି ସମ୍ପୂର୍ଣ୍ଣ ହୋଇନଥିବାରୁ ଲୋକଙ୍କ ଯାତାୟତ ସକାଶେ ଏହି ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା । ପୋଲଟି ଭାସିଯିବାରୁ ଅମ୍ବାପାଲି ଓ ବରଗଡ଼ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।