୪୯ତମ ପବିତ୍ର କୁରାଳ ପଞ୍ଚମୀ ମହୋତ୍ସବର ଶୁଭାରମ୍ଭ

0

ତାଲପଦର : ବରଗଡ ଜିଲା ବିଜେପୁର ପଞ୍ଚାୟତ ସମିତି ଅନ୍ତର୍ଗତ ତାଲପଦର ଗ୍ରାମରେ ବୁଧବାର ୪୯ତମ ପବିତ୍ର କୁରାଳ ପଞ୍ଚମୀ ମହୋତ୍ସବର ଶୁଭାରମ୍ଭ ହୋଇଯାଇଛି। ଗରାମର ଶତାଧିକ ମହିଳା ନିକଟସ୍ଥ ଚାରିଖୁଟିଆ ବନ୍ଧରୁ ପୂର୍ଣ୍ଣ କଳସରେ ନାମ ସଂକୀର୍ତନ୍ୟ ସହ ପୁଜା ମଣ୍ଡପରେ ସ୍ଥାପନା କରିଥିଲେ। ପୂଜାରେ ଶ୍ରୀ ଭଗବାନ ରଣା ଓ ତାଙ୍କ ସ୍ତ୍ରୀ ତପସ୍ପିନୀ ରଣା କ୍ରତା ଭାବେ ଦାୟିତ୍ୱ ତୁଳାଉଥିବା ବେଲେ ପୂଜା କାର୍ଯ୍ୟ ସଂପାଦନ ଦାୟିତ୍ୱ ନେଇଥିଲେ ପଣ୍ଡିତ ପିତବାସ ମିଶ୍ର, ପଣ୍ଡିତ ସୁଶାନ୍ତ କୁମାର ମିଶ୍ର ଏବଂ ପୁଝାରୀ ଫକୀର ମହାପାତ୍ର। ଆସନ୍ତା ତା.୧୭.୧୨.୨୦୧୮ ପର୍ଯ୍ୟନ୍ତ ଚାଳିବାକୁ ଥିବା କୁରାଳ ପଞ୍ଚମୀ ମହୋତ୍ସବରେ ପ୍ରତ୍ୟେକ ରାତ୍ରରେ ଅପେରା, ସଂକୀର୍ତନ୍ୟ, ଭଜନସନ୍ଧ୍ୟା, ଆର୍କେଷ୍ଟା, ମୀନା ବଜାର ଅନୁଷ୍ଠିତ ହେବ ବୋଲି ପୂଜା କମିଟୀର କର୍ମକର୍ତ୍ତା ମାନଙ୍କୁ ସୂଚନା ଦିଆଯାଉଛି।

Leave A Reply