ପାରିବାରିକ କଳହର କରୁଣ ପରିଣତି: ମା’ ଓ ଦୁଇ ପୁଅ ମୃତ

ବରଗଡ଼ : ପାରିବାରିକ କଳହକୁ ନେଇ ଗୋଟିଏ ପରିବାରର ତିନିଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ବରଗଡ଼ ସଦର ଥାନା ଅନ୍ତର୍ଗତ ଖୁଣ୍ଟାପାଲି ପଞ୍ଚାୟତ ଚାରପାଲି ଗ୍ରାମର ଗୋପୀନାଥ ବନଛୋରଙ୍କ ପତ୍ନୀ ଉତ୍ତରା ବନଛୋର(୫୫), ପୁଅ ବଳିଆ ବନଛୋର(୨୩) ଓ କାଳିଆ ବନଛୋର(୨୩) ବିଷପାନ କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସଦରଥାନାଧିକାରୀ ଦିଲୀପ ବେହେରାଙ୍କ ଠାରୁ ମିଳିଥିବା ସୂଚନାନୁଯାୟୀ, ଆଜି ଉକ୍ତ ପରିବାରରେ କୌଣସି କାରଣରୁ ମା’ଓ ପୁଅଙ୍କ ମଧ୍ୟରେ କଳିକଜିଆ ହେବା ପରେ ରାଗରେ ମା’ ଓ ଉଭୟ ପୁଅ ବିଷ ପିଇ ଦେଇଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଖେଦାପାଲି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସମସ୍ତଙ୍କ ମୃତ୍ୟୁ ଘଟିଥିଲା। ଉଭୟ ପୁଅ ଯମଜ ସନ୍ତାନ ଥିବା ଜଣାପଡ଼ିଛି। ପୁଲିସ ତଦନ୍ତ ଜାରି ରଖିଛି।

Comments are closed.