କୋଭିଡ୍ ନିୟମ ଉଲଙ୍ଘନ ଅଭିଯୋଗ; ସରପଞ୍ଚଙ୍କୁ ୧ ଲକ୍ଷ ଟଙ୍କା ଜରିମାନା

ବରଗଡ଼: କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ ଜିଲାପାଳ କ୍ଷମତା ପାଇଥିବା ସରପଞ୍ଚଙ୍କ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ଲାଗିଛି। କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି ଅର୍ଥଦଣ୍ଡ କରିଛନ୍ତି ଗାଇସିଲଟ ବିଡିଓ ରଞ୍ଜନ ସା ।

ସୂଚନା ଅନୁଯାୟୀ, କିରାସିନି ଘୋଟାଲା ଅଭିଯୋଗ କରି ବିଡିଓ ଅଫିସଙ୍କୁ ଘେରାଉ କରିଥିଲେ ଗ୍ରାମବାସୀ। ସ୍ଥାନୀୟ ସରପଞ୍ଚ ମାଲବ ସାହୁ ପ୍ରାୟ ଦେଢଶହ ଗ୍ରାମବାସୀଙ୍କୁ ନେଇ ବିଡିଓଙ୍କ କାର୍ୟ୍ୟାଳୟକୁ ଯାଇ ପ୍ରତିବାଦ କରିଥିଲେ । ଏହି ଘଟଣାରେ କୋଭିଡ୍ ନିୟମ ଉଲଙ୍ଘନ ଅଭିଯୋଗରେ ଏହି ଅର୍ଥଦଣ୍ଡ କରିଛନ୍ତି ଗାଇସିଲଟ ବିଡିଓ।

Comments are closed.