ଲାଞ୍ଚନେଇ ଧରାପଡିଲେ ଅଗ୍ନିଶମ ଅଧିକାରୀ

ବରଗଡ଼ : ଭିଜିଲାନ୍ସ ହାତରେ ଗୁରୁବାର ବରଗଡ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର ଧରାପଡିଛନ୍ତି। ୧୨ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ସେ ଗିରଫ ହୋଇଛନ୍ତି ।

ସୂଚନା ଅନୁଯାୟୀ, ପ୍ରଶାନ୍ତ ହୃଷିକେଶ ପଧାନ ନାମକ ଜଣେ ଯୁବକଙ୍କ ଠାରୁ  ପେଟ୍ରୋଲ ପମ୍ପ ପାଇଁ ଫାୟାର ସେଫଟି ସାର୍ଟିଫିକେଟ ଦେବାକୁ ଲାଞ୍ଚ ନେଉଥିଲେ। ଏହି ସମୟରେ ବରଗଡ଼ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ବରେ ଚଢାଉ କରି ପ୍ରଶାନ୍ତଙ୍କ ଠାରୁ ସମସ୍ତ ଲାଞ୍ଚଟଙ୍କା ଜବତ କରାଯାଇଛି। ପରେ ତାଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଚଢ଼ାଉ ଜାରି ରହିଛି।

 

 

 

Comments are closed.