ବରଗଡ଼ରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ମକଡ୍ରିଲ

ବରଗଡ଼ : ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲା କରିବା ପାଇଁ ଆଜି ଏକ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବରଗଡ଼ ଜିଲାପାଳ ଜ୍ୟୋତିରଂଜନ ପ୍ରଧାନଙ୍କ ତତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗ ଓ ଜିଲା ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ରହି ଚଳିତ ବର୍ଷାଋତୁରେ ଯଦି ବନ୍ୟା ପରିସ୍ଥିତି ହୁଏ କିପରି ତାର ମୁକାବିଲା କରାଯିବ ତାହା ଉପରେ ଆଲୋଚନା କରାଯାଇଥିଲା । ଏହାପରେ ଅଗ୍ନିଶମ ବିଭାଗ ତରଫରୁ ଏକ ସାଙ୍କେତିକ ନମୁନା କାର୍ଯ୍ୟକ୍ରମ କରାଯାଇଥିଲା ।

Comments are closed.