ବରଗଡ଼ରୁ ବ୍ରାଉନସୁଗର ଜବଦ, ୨ ଗିରଫ

ବରଗଡ : ବରଗଡ଼ ଜିଲା ସୋହେଲା ଥାନା ଅଞ୍ଚଳରେ ବ୍ରାଉନ ସୁଗାର କାରବାରରେ ପୁଲିସ ଦୁଇଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି । ପୁଲିସ ସେମାନଙ୍କଠାରୁ ୨୩ଗ୍ରାମ ୩୭୦ ମି.ଗ୍ରା ବ୍ରାଉନ ସୁଗାର ସହ ଏକ ବାଇକ ଜବଦ କରିଛି । ସୋହେଲା ପୁଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ କରି ପୁଲିସ ଦୁଇ ଯୁବକଙ୍କୁ କୋର୍ଟ ଚାଲାଣ କରିଛି । ଗିରଫ ଅପରାଧୀ ମାନଙ୍କ ନାମରେ ଜିଲାର ବିଭିନ୍ନ ଥାନାରେ ପୂର୍ବରୁ ଅପରାଧୀ ମାମଲା ରହିଛି । ଗିରଫ ବ୍ୟକ୍ତି ମାନେ ହେଲେ ବରଗଡ଼ର ରାଜା ଓରଫ ମହାମ୍ମଦ ଅସରଦ ଏବଂ ସୋହେଲା ବିନ୍ଧେନପାଲି ଗ୍ରାମର ବିକ୍ରମ ସାହୁ ।

Comments are closed.