ବରଗଡ଼ ପୁଲିସ ପକ୍ଷରୁ ଜଳଛତ୍ର ଆରମ୍ଭ

ବରଗଡ଼ : ବରଗଡ଼ ଜିଲା ପୁଲିସ ପକ୍ଷରୁ ବୁଧବାର ସ୍ଥାନୀୟ ଗାନ୍ଧୀଛକରେ ଜନସାଧାରଣଙ୍କ ପାଇଁ ଏକ ଜଳଛତ୍ର ଆରମ୍ଭ କରାଯାଇଛି । ବର୍ତ୍ତମାନ ସବୁଠାରେ ଲକ୍ ଡାଉନ ପରିସ୍ଥିତି ଲାଗିଥିବାରୁ କୌଣସି ଦୋକାନ ବଜାର ଖୋଲୁନାହିଁ । ଅପରପକ୍ଷରେ ଗ୍ରୀଷ୍ମର ପ୍ରଭାବ ମଧ୍ୟ ବଢିବାକୁ ଲାଗିଲାଣି । ଆଜି ପବିତ୍ର ଉତ୍କଳ ଦିବସ ଓ  ପୁଲିସ ପ୍ରତିଷ୍ଠା ଦିବସ ଅବସରରେ ଏହି କାର୍ଯ୍ୟକ୍ରମକୁ ବରଗଡ଼ ଧନୁଯାତ୍ରାର ମହାରାଜା କଂସ ଅଭିନେତା ଭୁବନେଶ୍ୱର ପ୍ରଧାନ ପାଣି ପିଇ ଏହାର ଶୁଭାରମ୍ଭ କରିଥିଲେ ।

Comments are closed.